ପାଉଁଶ ଚୋରା ଚାଲାଣ ଓ ଡମ୍ପିଂ ରୋକିବା ପାଇଁ ଅଣ୍ଟା ଭିଡିଲେ ସରକାର

ପାଉଁଶ ଚୋରା ଚାଲାଣ ଓ ଡମ୍ପିଂ ରୋକିବା ପାଇଁ ଅଣ୍ଟା ଭିଡିଲେ ସରକାର

ଏନେଇ ଉତ୍ତରାଂଚଳ ରାଜସ୍ବ କମିଶନରଙ୍କ କାର‌୍ୟ୍ୟାଳୟରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାରେ କେତେ କମ୍ପାନୀ ଅଛି, କେତେ ଆସ ନିର୍ଗତ ହେଉଛି ଓ ତାର ସୁପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଛି । ଶିଳ୍ପାନୁଷ୍ଠାନରୁ ନିର୍ଗତ ପାଉଶ, ଧୁଆ ଏବେ ବାୟୁ ମଣ୍ଡଳ ଓ ପରିବେଶକୁ ପ୍ରବଳ ପ୍ରଦୂଷିତ କରୁଛି । ଏଥିପାଇ ଉତ୍ତାପ ମଧ୍ୟ ବଢିବାରେ ଲାଗୁଛି । କଂପାନୀ ପାଉଁଶ ପରିଚାଳନା ଲାଇସେନ୍ସ ପାଇଁ ନବି କରଣ କରିବାର ଆବଶ୍ୟକ ରହିଛି । ଏନେଇ ତଥ୍ୟ ସଂଗ୍ରହ ପରେ ଆଇଆଇଏମ, ଭିସୁଟ , ଭିମାସର ସମ୍ବଲପର ବିଶ୍ବ ବିଦ୍ୟାଳୟ ତଥା ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଆସ ସୁପରିଚାଳନା ତଥା ଡମ୍ପିଂ ପାଇଁ ପରିତ୍ୟକ୍ତ ଖଣି ବ୍ୟବହାର ହେବ । ଏନେଇ ଗୋଟିଏ ମାସ ପରେ ଭୂବନେଶ୍ବରରେ ବୈଠକ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି ପାଉଶ ଡମ୍ପିଂରେ ପ୍ରଦୂଷଣ ବିଭାଗର ଅଧିକାରୀଙ୍କର ଜିଲ୍ଲାପାଳ ଓ ଏସପିଙ୍କ ସମନ୍ନୟ ରହୁ ନାହିଁ । ଏଥରେ ସିସିଟିଭି ଲାଗିବା ସହ ଆସ ଗାଡି କୁଆଡେ ଯାଉଛି ତାର ତର୍ଜମା ହେବ । ପୁର୍ଵ ସରକାର ପାଉଶ ପରିଚାଳାନାରେ ନେଇ ଆଲୋଚନ କିମ୍ବା ସମାଧାନ କରିଥିଲେ ଏଭଲି ସ୍ଥିତି ଉପୁଜିନଥାନ୍ତା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ବୈଠକରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ, ଏସପି , ପ୍ରଦ୍ୟୁଷଣ ଅଧିକାରୀ ଓ ତହସିଲଦାର ଉପସ୍ଥିତ ଥିଲେ । ସେହିପରି ୪ ଟି ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କ ସମେତ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ଉପସ୍ଥିତ ଥିଲେ । ଆଭାସୀ ଜରିଆରେ ରାଜ୍ୟ ପ୍ରଦୂଷଣ ବିଭାଗର ଅଧିକାରୀ, ଜିଲ୍ଲାସ୍ତରର ରିଜିଓନାଲ ଅଫିସର ବି ଉପସ୍ଥିତ ଥିଲେ । ୨୪ ବର୍ଷରେ ବିଜେଡି ପାଉଶ ପାହାଡ ଛିଡା କରିଥିଲେ । ମୋହନ ସରକାର ଏହାକୁ ଭାଙ୍ଗିବାରେ ଲାଗିଛି । ଲଖନପୁର ୨ ଟି ସ୍ଥାନରେ ୨୦୨୩ରେ ବିଜେଡି ସରକାର ପାଉଶ ପକାଇବା ପାଇଁ ଅନୁମତି ଦେଇଥିଲେ । ୨୦୨୪ରେ ମୋହନ ସରକାର ପ୍ରଦ୍ୟୁଷଣ ସ୍ଥିତି ଯାଂଚ ପରେ ପାଉଶ ଡମ୍ପିଂକୁ ସ୍ଥଗିତ କରିଛି । ୨୪ ବର୍ଷରେ ଦିନ ହେଲେ କେବେ ପାଉଶ ପରିଚାଳନା ନେଇ ବୈଠକ କରିନାହି । ପ୍ରଥମ ବୈଠକ ମୋହନ ସରକାର ସମୟରେ ପାଉଶ ନେଇ ହୋଇପାରିଛି ବୋଲି ଝାରସୁଗୁଡା ବିଧାୟକ କହିଛନ୍ତି ।