ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍ ସମ୍ବଲପୁରୀ ଛିଟ ରହିବ ୟୁନିଫର୍ମରେ
ରାଜ୍ୟରେ ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍ । ଓଡିଶା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ନର୍ସଙ୍କ ଡ୍ରେସ୍ କୋଡ୍ କୁ ପରିବର୍ତ୍ତନ କରାଯାଇଛି। ତେବେ ନୂତନ ଡ୍ରେସ୍ କୋଡରେ ସମ୍ବଲପୁରୀ ଛିଟ ରହିବ । ନର୍ସିଂ ଅଫିସରଙ୍କ ୟୁନିଫର୍ମ ରଙ୍ଗରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଙ୍ଘ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅନ୍ୟପକ୍ଷରେ ଏହି ଡ୍ରେସ୍ କୋଡ୍ ପରିବର୍ତ୍ତନ ହେବାପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ନସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି। ତେବେ ନିଦ୍ଧେର୍ଶନାମା ଅନୁସାରେ ସିନିୟର୍ ନର୍ସିଂ ଅଫିସର ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ । ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଲାଇଟ୍ ନୀଳ ରଙ୍ଗର ପୋଷାକ ପିନ୍ଧିବେ । ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଧଳା ରଙ୍ଗର ପୋଷାକ ପିନ୍ଧିବେ । ସେଥିରେ ଥିବା ଆଫ୍ରନ୍ର ରଙ୍ଗ ସମ୍ବଲପୁରୀ ଛିଟ ରହିବ । ଏଥିସହ ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବାକୁ ଥିବା ବେଳେ ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟର ସମ୍ବଲପୁରୀ ଛିଟ ରହିବ ବୋଲି ସୁଚନା ମିଳିଛି।