ବନ୍ଦ ହେବ ରୁକୁଣା ରଥଯାତ୍ରା! ପରମ୍ପରା ରକ୍ଷା ପାଇଁ ଚିନ୍ତନ

ବନ୍ଦ ହେବ ରୁକୁଣା ରଥଯାତ୍ରା! ପରମ୍ପରା ରକ୍ଷା ପାଇଁ ଚିନ୍ତନ

ବନ୍ଦ ହେବ ରୁକୁଣା ରଥଯାତ୍ରା! ପରମ୍ପରା ରକ୍ଷା ପାଇଁ ଚିନ୍ତନ
ଭୁବନେଶ୍ୱର: କରୋନା ଭାଇରସ ପାଇଁ ସରକାରଙ୍କ ଗାଇଡ ଲାଇନ ରୁକୁଣା ରଥ ଯାତ୍ରାରେ ପ୍ରତିବନ୍ଧକ ସାଜିଛି । ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ପ୍ରମୁଖ ସେବାୟତଙ୍କ ହାତରେ ସରକାରଙ୍କ ପକ୍ଷରୁ ପ୍ରଚଳିତ ଗାଇଡ ଲାଇନ ଧରାଇଛନ୍ତି । ଉକ୍ତ ଗାଇଡ ଲାଇନର ସୂଚୀ ୧୦ ମୁତାବକ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଇତି ମଧ୍ୟରେ ଲକଡାଉନର ଅବଧି ଏପି୍ରଲ ୧୪ ପର୍ଯ୍ୟନ୍ତ ବଢ଼ିଯାଇଛି । ସେଥିରେ ରୁକୁଣା ରଥ ଯାତ୍ରା ଏପି୍ରଲ ୧ ତାରିଖରେ ପଡୁଥିବାରୁ ରଥଯାତ୍ରା ଅନୁଷ୍ଠିତ ହେବା ସମ୍ଭବ ନୁହେଁ । ତେବେ ରୁକୁଣା ରଥ ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । ଶନିବାର ଅପରାହ୍ନରେ ଜିଲ୍ଲାପାଳ ମନ୍ଦିର ଦପ୍ତରରେ ହଠାତ୍ ପହଞ୍ଚି ବିଭିନ୍ନ ସେବାୟତ ନିଯୋଗର ମୁରବିଙ୍କ ଡକାଇଥିଲେ । ଦପ୍ତରରେ ପ୍ରମୁଖ ସେବାୟତ ନିଯୋଗର ମୁରବିମାନେ ପହଞ୍ଚିବା ପରେ ଜିଲ୍ଲାପାଳ ସେମାନଙ୍କ ହାତରେ ଗୋଟିଏ ଲେଖାଏଁ କରୋନା ଲକଡାଉନର ଗାଇଡ ଲାଇନ ଧରାଇ ଚାଲିଯାଇଥିଲେ । ରୁକୁଣା ରଥ ଯାତ୍ରା କିପରି ସମ୍ପାଦିତ ହେବ ତାହା ଉପରେ କୌଣସି ଆଲୋଚନା ହୋଇ ନଥିଲା । ଅନ୍ୟ ପକ୍ଷରେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ରୁକୁଣା ରଥ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଆଉ ୩ ଦିନ ପରେ ନେତା ଉତ୍ସବ ରଥ ପ୍ରତିଷ୍ଠା କରାଯାଇ ମନ୍ଦିର ପ୍ରଶାସନ ହାତରେ ଦିଆଯିବ । ଏହି ବିଶାଳ ରଥ ଭିଡିବାକୁ ହଜାର ହଜାର ଲୋକଙ୍କ ଆଗମନ ହେବା ଆବଶ୍ୟକ । କିନ୍ତୁ ଲକଡାଉନ ପରସ୍ଥିତିରେ ଲୋକ ଗହଳିକୁ ପ୍ରଶାସନ କଦାପି ପ୍ରଶୟ ଦେବ ନାହିଁ । ଏହି ପରିପ୍ରେକ୍ଷୀରେ କିଭଳି ପରମ୍ପରା ରକ୍ଷା ହେବ ତାହା ଉପରେ ଚିନ୍ତନ ଆରମ୍ଭ ହୋଇଛି ।