ବିଲେନିୟର୍ କ୍ଲବରେ ଆପଲ୍ ସିଇଓ ଟିମ୍ କୁକ୍

ବିଲେନିୟର୍ କ୍ଲବରେ ଆପଲ୍ ସିଇଓ ଟିମ୍ କୁକ୍

ବିଲେନିୟର୍ କ୍ଲବରେ ଆପଲ୍ ସିଇଓ ଟିମ୍ କୁକ୍
ନ୍ୟୁୟର୍କ : ଆପଲ କମ୍ପାନୀର ସିଇଓ ଟିମ୍ କୁକ୍ ପ୍ରଥମ ଥର ପାଇଁ ବିଲେନିୟର୍ କ୍ଲବରେ ସାମିଲ ହୋଇଛନ୍ତି । ଷ୍ଟିଭ୍ ଜବ୍ସଙ୍କ ପରେ ଆପଲର ଦାୟିତ୍ୱ ଗ୍ରହଣ କରିଥିବା କୁକ୍ କମ୍ପାନୀକୁ ଶିଖରରେ ପହଞ୍ଚାଇଛନ୍ତି । ନିକଟରେ ଆପଲ୍ ୨ ଟ୍ରିଲିୟନ୍ କମ୍ପାନୀ ହେବା ସହିତ କୁକଙ୍କ ଆୟ ୧ ବିଲିୟନ ଡଲାର ଛୁଇଁଛି । ନିଜେ ମାଲିକ ନ ହୋଇ ମଧ୍ୟ ବିଲେନିୟର୍ ତାଲିକାରେ ସ୍ଥାନ ପାଇଥିବା ପ୍ରଥମ ସିଇଓ ହୋଇଛନ୍ତି କୁକ୍ । ୯ ବର୍ଷ ପୂର୍ବେ ଯେତେବେଳେ ଆପଲର ସିଇଓ ଭାର ଗ୍ରହଣ କରିଥିଲେ ସେ ସମୟରେ ଆପଲ୍ର ମୂଲ୍ୟ ୩୫୦ ବିଲିୟନ୍ ରହିଥିଲା । ମାତ୍ର କୁକଙ୍କ ନେତୃତ୍ୱରେ ଆପଲ୍ ୯ ବର୍ଷ ମଧ୍ୟରେ ୨ ଟ୍ରିଲିୟନ୍ କମ୍ପାନୀ ହୋଇପାରିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ରୁ କୁକ୍ ସର୍ବାଧିକ ବେତନ ପ୍ରାପ୍ତ ସିଇଓ ତାଲିକାରେ ରହି ଆସିଛନ୍ତି ।