କଳାହାଣ୍ଡିରେ ଲାଗିଛି ମାଓ ପୋଷ୍ଟର

କଳାହାଣ୍ଡିରେ ଲାଗିଛି ମାଓ ପୋଷ୍ଟର

କଳାହାଣ୍ଡିରେ ଲାଗିଛି ମାଓ ପୋଷ୍ଟର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ମଦନପୁର ରାମପୁର ବ୍ଲକ ବାରବନ୍ଦା ବେଲଗାଁର ବିଭିନ୍ନ ସ୍ଥାନରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ କୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କୁ ପ୍ରଜାକୋର୍ଟରେ ହିସାବ ମାଗିବାକୁ ସାଧାରଣ ଲୋକଙ୍କୁ ଆହ୍ବାନ ଦିଆଯାଇଛି ।