୧୦ ଲକ୍ଷ ହିତାଧିକାରୀ ଅଯୋଗ୍ୟ: ବିଜେପି

୧୦ ଲକ୍ଷ ହିତାଧିକାରୀ ଅଯୋଗ୍ୟ: ବିଜେପି

୧୦ ଲକ୍ଷ ହିତାଧିକାରୀ ଅଯୋଗ୍ୟ: ବିଜେପି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ରାଜ୍ୟରେ ୧୨ ଲକ୍ଷ ୭୫ ହଜାର ହିତାଧିକାରୀଙ୍କ ମଧ୍ୟ ୧୦ ଲକ୍ଷ ଅଯୋଗ୍ୟ ବୋଲି ବିଜେପି ନେତା ଗୋଲକ ମହାପାତ୍ର ଓ ସାରଦା ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି । ୩ଟି ପଞ୍ଚାୟତର ତଥ୍ୟ ରଖି ଉଭୟେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଉଭୟ ନେତା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଉଦପୁର ପଞ୍ଚାୟତର ହିସାବ ରଖିଛନ୍ତି । ଉକ୍ତ ପଞ୍ଚାୟତରେ ଘର ସଂଖା ଠାରୁ ଅଧିକ ଲୋକ ଘର ପାଇଥିବା ସେମାନେ ଦର୍ଶାଇଛନ୍ତି । ସେମାନେ କହିଛନ୍ତି ଯେ, ଅଧିକ ଘର ପାଇବା ସତ୍ୱେ ପୁଣି ଘର ଦିଆଯିବ ବୋଲି ସରକାର କହିଛନ୍ତି । ଜମରା ପଞ୍ଚାୟତରେ ୨୨୬ଜଣ ଘର ପାଇବାକୁ ଘୋଷଣା ହୋଇଛି । ୨୨୬ ପରିବାର ମଧ୍ୟ ୧୬୬ ହିତାଧିକାରୀ ଅଯୋଗ୍ୟ । ମାହାଙ୍ଗା ପଞ୍ଚାୟତର ମଉଦାରେ ୨୦୧୮-୧୯ରେ ଅଯୋଗ୍ୟ ହିତାଧିକାରୀ ଏବେ ସରକାରଙ୍କ ନଜରରେ ଯୋଗ୍ୟ । ରାଜ୍ୟରେ ୧୨ ଲକ୍ଷ ୭୫ ହଜାର ହିତାଧିକାରୀଙ୍କ ମଧ୍ୟ ୧୦ ଲକ୍ଷ ଅଯୋଗ୍ୟ ବୋଲି ବିଜେପି ନେତା ଗୋଲକ ମହାପାତ୍ର ଓ ସାରଦା ପ୍ରଧାନ ଅଭିଯୋଗ କରିଛନ୍ତି ।