ବିଜେପିକୁ ଭୋଟ ଦେଲେ ଶରଦ ପାୱାର

ବିଜେପିକୁ ଭୋଟ ଦେଲେ ଶରଦ ପାୱାର

ମୁମ୍ବାଇ: ଶୀର୍ଷକଟି ସମସ୍ତଙ୍କୁ ଚକିତ କରିବା ସ୍ୱାଭାବିକ । ମହାରାଷ୍ଟ୍ରରେ ଗୋଟିଏ ପଟେ ଶିବସେନା ଓ ବିଜେପି ଥିବାବେଳେ ଅପରପକ୍ଷରେ ଅଛନ୍ତି କଂଗ୍ରେସ ଓ ଏନସିପି । ତେବେ ଏନସିପି ମୁଖ୍ୟ ଶରଦ ପାୱାର ବିଜେପିକୁ ଭୋଟ ଦେଇଛନ୍ତି । ଏକଥା ଆଉ କେହି ନୁହେଁ ଖୋଦ ପାୱାର କହିଛନ୍ତି । ପାୱାର ଇଭିଏମ ବ୍ୟବସ୍ଥାର ଜଣେ ଦୃଢ ବିରୋଧୀ । ଇଭିଏମକୁ ନେଇ ସେ ପୁଣିଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସେ ଭୋଟ ଦେବା ବେଳେ ତାଙ୍କ ଭୋଟ ବିଜେପିକୁ ଯାଇଥିବା ସେ ଦେଖିଛନ୍ତି । ତାଙ୍କ ଦଳର ଚିହ୍ନରେ ବଟନ ଦବାଇବା ପରେ ଭୋଟ ବିଜେପିକୁ ଯିବା ସେ ସ୍ପଷ୍ଟଭାବେ ଦେଖିଥିଲେ ଓ ବିସ୍ମିତ ହୋଇଥିଲେ ବୋଲି ପାୱାର କହିଛନ୍ତି ।