ଏପ୍ରିଲ ୨ ଓ ୬ରେ ଓଡିଶା ଗସ୍ତରେ ମୋଦୀ

ଏପ୍ରିଲ ୨ ଓ ୬ରେ ଓଡିଶା ଗସ୍ତରେ ମୋଦୀ

ଏପ୍ରିଲ ୨ ଓ ୬ରେ ଓଡିଶା ଗସ୍ତରେ ମୋଦୀ
ଭୁବନେଶ୍ୱର: ୨୦୧୯ ନିର୍ବାଚନୀ ବିଗୁଲ ବାଜି ସାରିଛି । ଆଉ ଅଳ୍ପ ଦିନ ପରେ ହେବ ମତଦାନ । ଏହା ମଧ୍ୟରେ ବିଜେପି ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛି। ଓଡ଼ିଶାରେ ବିଜେପିକୁ ଆହୁରି ଶକ୍ତଶାଳୀ କରିବା ପାଇଁ ଆସନ୍ତା ୨ ଏବଂ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତ କରିବେ । ଏପ୍ରିଲ ୨ ତାରିଖରେ କଳାହାଣ୍ଡି ସମାବେଶ କରିବେ, ଏବଂ ପୁଣି ଏପ୍ରିଲ ୬ରେ ଓଡ଼ିଶା ଆସି ସୁନ୍ଦରଗଡ଼ ସମାବେଶରେ ଯୋଗ ଦେବା କାର‌୍ୟ୍ୟକ୍ରମ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି ।