ଜାଣନ୍ତୁ ନିର୍ବାଚନ ଚିହ୍ନର ଇତିହାସ
ଜାଣନ୍ତୁ ନିର୍ବାଚନ ଚିହ୍ନର ଇତିହାସ
admin
Mar 31, 2019 - 09:17
Updated: Mar 31, 2019 - 09:17
ନୂଆଦିଲ୍ଲୀ: ଭାରତୀୟ ରାଜନୈତିକ ଦଳଗୁଡିକୁ ନିର୍ବାଚନ ଚିହ୍ନ ଯୋଗେ ଦଳକୁ ମନେ ରଖିବା ଲାଗି ମତଦାତାମାନେ ଭୋଟ ଦେଇଥାନ୍ତି । ଯେତେବେଳେ କୌଣସି ରାଜନୈତିକ ଦଳ ନିଜ ପାଇଁ କୌଣସି ଚିହ୍ନର ମନୋନୟନ କରନ୍ତି, ସେତେବେଳେ ଏଥିରେ ଅନ୍ତିମ ନିଷ୍ପତି ନିର୍ବାଚନ ଆୟୋଗକୁ ହିଁ ନେବାକୁ ପଡେ । ତେବେ ଆସନ୍ତୁ ଜାଣିବା ଭାରତର ୭ଟି ଜାତୀୟ ଦଳର ନିର୍ବାଚନ ଚିହ୍ନର ଇତିହାସ ।
ହାତ ପାପୁଲି:
ନେହେରୁଙ୍କ ଅମଳରେ କଂଗ୍ରେସର ନିର୍ବାଚନ ଚିହ୍ନ ଦୁଇଟି ବଳଦ ଥିଲା । ସେ ସମୟରେ ଦେଶର ସାଧାରଣ ଜନତା (ଯେଉଁମାନଙ୍କ ପ୍ରମୁଖ ରୋଜଗାରର ମାଧ୍ୟମ କୃଷି ଥିଲା) ଏଭଳି ଚିହ୍ନ ପ୍ରତି ଆକୃଷ୍ଟ ହେବା ସହ ଏହାକୁ ପସନ୍ଦ କରିବା ଆଶାରେ ଏଭଳି ଚିହ୍ନକୁ କଂଗ୍ରେସ ଆପଣେଇ ଥିଲା ।୧୯୬୯ରେ କଂଗ୍ରେସର ବିଭାଜନ ସାଙ୍ଗକୁ ନିର୍ବାଚନ ଆୟୋଗ ଉକ୍ତ ଚିହ୍ନକୁ ଜବତ୍ କରିଥିଲେ । କାମରାଜଙ୍କ ନେତୃତ୍ୱରେ ବିଭାଜିତ କଂଗ୍ରେସକୁ ତ୍ରିରଙ୍ଗା ମଧ୍ୟରେ ଚରଖା ଚିହ୍ନ ମିଳିଥିଲା । ଅପରପକ୍ଷରେ ଇନ୍ଦରା ଗାନ୍ଧୀଙ୍କ ନେତୃତ୍ୱ ବିଭାଜିତ କଂଗ୍ରେସକୁ ଗାଈ ଓ ବାଛୁରୀ ଚିହ୍ନ ମିଳିଥିଲା । ୧୯୭୭ରେ ଦେଶର ଜରୁରୀକାଳୀନ ସ୍ଥିତି ପ୍ରତ୍ୟାହୃତ ହେବା ପରେ ଇନ୍ଦରାଙ୍କ ନେତୃତ୍ୱରେ ଆଇଏନସି(ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ)ର ବାଛୁରୀ ଚିହ୍ନକୁ ନିର୍ବାଚନ ଆୟୋଗ ଜବତ କରିଥିଲେ । ଏହି ସମୟରେ ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ରାଏବରେଲି ଆସନରୁ ପରାଜିତ ହୋଇଥିଲେ । ପରାଜୟରେ ବ୍ୟତିବ୍ୟସ୍ତ ଇନ୍ଦିରା ଶେଷରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଚନ୍ଦ୍ରଶେଖରରେନ୍ଦ୍ର ସରସ୍ୱତୀଙ୍କ ଶରଣ ପୋଷିଥିଲେ । ଶଙ୍କରାଚାର୍ଯ୍ୟ ହାତ ଉଠାଇ ଇନ୍ଦରାଙ୍କୁ ଆଶୀର୍ବାଦ କରିଥିଲେ । ଏହି ଦୃଶ୍ୟ ଦେଖି ଡାହାଣ ହାତ ପାପୁଲିକୁ ନିର୍ବାଚନ କରିଥିଲେ । ଏହି ଦୃଶ୍ୟ ଦେଖି ଡାହାଣ ହାତ ପାପୁଲିକୁ ନିର୍ବାଚନ ଚିହ୍ନ କରିବାକୁ ଇନ୍ଦିରା ମନକୁ ଆସିଲା ଓ ପରବର୍ତୀ ସମୟରେ କଂଗ୍ରେସ ଏହାକୁ ନିର୍ବାଚନ ଚିହ୍ନ ଭାବେ ଆପଣେଇ ନେଇଥିଲା ।
ଘଡି: ନ୍ୟାସନାଲ କଂଗ୍ରେସ ପାର୍ଟି ତଥା ଏନସିପିର ନିର୍ବାଚନ ଚିହ୍ନ ନୀଳ ରଙ୍ଗର ଘଡି । ପରିସ୍ଥିତି ଯେପରି ହେଉ ନା କହିଁକି ସମାୟାନୁସାରେ ଏହି ଦଳ ନିଜ ସିଦ୍ଧାନ୍ତ ପାଇଁ ଦୃଢ ମୁକାବିଲା କରିଥାଏ ,ତେଣୁ ଦଳୀୟ ନେତୃତ୍ୱମଣ୍ଡଳୀ ଘଡି ଚିହ୍ନକୁ ନିଜ ନିର୍ବାଚନ ଚିହ୍ନ ଭାବେ ମନୋନୀତି କରିଥିଲେ ।
ଫୁଲ ଓ ଘାସ: ପଶ୍ଚିମବଙ୍ଗର ମାଟିରେ ଜନ୍ମ ନେଇଥିବା ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଦଳର ଜନ୍ମ ମୂଳରେ ଥିଲା ରାଜ୍ୟରେ ବାମ ବିଚାରଧାରାର ମୂଳାପôାଟନ । ଫୁଲ ଓ ଘାସ ଯାହକି ମାଟି ସହ ଯୋଡି ହୋଇ ରହିଛି ଏହା ଉକ୍ତ ଦଳର ବିଚାରଧାରାକୁ ପ୍ରତିଫଳିତ କରୁଛି । ମା ମାଟି ଓ ମନୁଷ୍ୟର ନାରା ନେଇ ଆରମ୍ଭ ହୋଇଥିଲା ।ଏହି ଦଳ ତାର ନିର୍ବାଚନ ଚିହ୍ନକୁ ଅନୁରୂପ ଭାବେ ମନୋନୀତ କରିଛି । ଘାସ ଓ ଫୁଲ ଚିହ୍ନ ମାଟି ସହ ଯୋଡି ହୋଇ ରହିବା ବା ମାତୃତ୍ୱକୁ ପରିପ୍ରକାଶ କରୁଛି ।
ଦା ଓ ଧାନକେଣ୍ଡା: ଭାରତୀୟ କମ୍ପୁ୍ୟନିଷ୍ଟ ପାର୍ଟି ମୁଖ୍ୟତଃ ଏକ ସାମ୍ୟବାଦୀ ଦଳ ଓ ୧୯୫୨ରୁ ଉକ୍ତ ଦଳର ଚିହ୍ନ ଭାବେ ଦା ଓ ଧାନକେଣ୍ଡାକୁ ଗ୍ରହଣ କରାଯାଇଛି ।ଏହି ରାଜନୈତିକ ଦଳ ମୁଖ୍ୟତଃ ଭୂମି ସୁଧାରକୁ ଅଧିକ ଗୁରୁତ୍ୱ ଦେବା ସହ କୃଷକଙ୍କ ସ୍ଥିତିରେ ସୁଧାର ଆଣିବାକୁ ଚାହୁଛି ।
ହାତୀ: ଏହି ଦଳ ନିର୍ବାଚନ ଚିହ୍ନ ଏଭଳି ରଖିବାର ପ୍ରମୁଖ କାରଣ ହାତୀ ଏକ ଶକ୍ତିଶାଳୀ ପ୍ରାଣୀ ହେବା ସହ ଏହା ଶକ୍ତିର ପ୍ରତୀକ । ଏଭଳି ଏକ ବିଶାଳ ପଶୁ ଯିଏ ପ୍ରଚଣ୍ଡ ଶକ୍ତିର ଅଧିକାରୀ ହେବା ସହ ମୁଖ୍ୟତଃ ଶାନ୍ତ ସମ୍ପନ୍ନ ହୋଇଥାଏ । ଉଚ୍ଚ ଜାତି ଦ୍ୱାରା ଉପôୀଡନ ବିରୋଧରେ ସ୍ୱର ଉତୋଳନ କରିବାକୁ ଏହି ଦଳ ତାର ନିର୍ବାଚନ ଚିହ୍ନ ହାତୀ ଭାବେ ବ୍ୟବହାର କରୁଛି ।
ଦା’ ଓ ହାତୁଡି : ବାମପନ୍ଥୀ ଦ୍ୱାରା ଏଭଳି ନିର୍ବାଚନ ଚିହ୍ନ ମନୋନୟନ କରିବା ପ୍ରଚ୍ଛଦରେ ରହିଛି ମୁଖ୍ୟତଃ କୃଷକ ଓ ଶ୍ରମିକ । ଯେଉଁମାନେ ଜମିରେ ପ୍ରଚୁର ପରିଶ୍ରମ କରନ୍ତି ଓ ସ୍ୱଳ୍ପ ଆୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଦଳ ସମଗ୍ର ବିଶ୍ୱରେ ପୁଞ୍ଜିବାଦ ଓ ଜଗତୀକରଣ ସମ୍ପର୍କିତ ନୀତି ଓ ଯୋଜନାକୁ ବିରୋଧ କରେ ।