ଲୋକସଭା ନିର୍ବାଚନ ବିଜେଡି ୧୫, ବିଜେପି ୫

ଲୋକସଭା ନିର୍ବାଚନ ବିଜେଡି ୧୫, ବିଜେପି ୫

ଲୋକସଭା ନିର୍ବାଚନ ବିଜେଡି ୧୫, ବିଜେପି ୫
ଭୁବନେଶ୍ୱର: ନିର୍ବାଚନୀ ବିଗୁଲ ବାଜି ସାରିଛି । କିଏ ଜିତିବ କିଏ ହାରିବ, କାହାକୁ କେଉଁଠୁ କେତେ ଆସନ ମିଳିବ ଏନେଇ ସବୁଆଡେ ଜୋରଦାର ଚର୍ଚ୍ଚା । ନିକଟରେ ଇଣ୍ଡିଆ ଟିଭିି -ସିଏନ୍ଏକ୍ସ ପକ୍ଷରୁ ପ୍ରାକ୍ ନିର୍ବାଚନୀ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୧ ଲୋକସଭା ଆସନରୁ ବିଜେଡି-୧୫, ବିଜେପି-୫ ଓ କଂଗ୍ରେସ-୧ ଆସନ ପାଇବ । ଏହି ରିପୋର୍ଟ ଅନୁସାରେ ଏବେ ନିର୍ବାଚନ ହେଲେ ଦେଶର ମୋଟ ୫୪୩ଟି ଲୋକସଭା ସିଟ୍ରୁ ବିଜେପି-୨୨୫, କଂଗ୍ରେସ-୯୦, ଟିଏମ୍ସି- ୩୨, ସମାଜବାଦୀ ପାର୍ଟି-୧୭, ବହୁଜନ ସମାଜ ପାର୍ଟି-୧୬, ବିଜେଡି-୧୫, ଜେଡିୟୁ-୧୧, ଶିବସେନା-୧୦, ଆର୍ଜେଡି-୮ ଏବଂ ଅନ୍ୟମାନଙ୍କୁ-୧୧୯ ଆସନ ମିଳିବ । ଜନମତ ସର୍ଭେ ଅନୁସାରେ ଉତର ପ୍ରଦେଶରେ ବିଜେପିର ବଡ କ୍ଷତି ହେବାକୁ ଯାଉଛି । ୟୁପିରେ ମୋଟ ୮୦ ଲୋକସଭା ଆସନରୁ ବିଜେପି -୪୧, କଂଗ୍ରେସ-୪ ଓ ଏସ୍ପି-ବିଏସ୍ପି ମେଂଟ-୩୫ଟି ଆସନରେ ବିଜୟୀ ହେବେ ବୋଲି ଏହି ସର୍ଭେ ରିପୋର୍ଟରେ ପ୍ରକାଶ କରାଯାଇଛି । ବିହାରର ମୋଟ ୪୦ ଆସନରୁ ବିଜେପି ଓ ସହଯୋଗୀ-୨୮ ଓ ଆରଜେଡି-କଂଗ୍ରେସ ମେଂଟ-୧୧ । ଛତିଶଗଡର ୧୧ଆସନରୁ ବିଜେପି-୩ ଓ କଂଗ୍ରେସ-୮, ଆସାମର ମୋଟ ୧୪ ଆସନରୁ ବିଜେପି-୮, କଂଗ୍ରେସ-୪ ଏବଂ ଏଆଇୟୁଡିଏଫ୍-୨ । ସେହିଭଳି ଏବିପି-ନେଲ୍ସନ ସର୍ଭେ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ଟିଏମ୍ସି -୩୧, ବିଜେପି-୮, କଂଗ୍ରେସ-୩ ଓ ବାମ ଦଳ କୌଣସି ଆସନ ପାଇବ ନାହିଁ । ଟାଇମ୍ସ ନାଓ ସର୍ଭେ ଅନୁସାରେ ତାମିଲନାଡୁରେ ୩୯ଟି ଆସନରୁ କଂଗ୍ରେସ-ଡିଏମ୍କେ ମେଂଟ-୩୫ ଓ ବିଜେପି-ଆନ୍ନାଡିଏମ୍କେ ମେଂଟ-୪ଟି ଆସନ ପାଇବ । କର୍ଣ୍ଣାଟକର ୨୮ ଆସନରୁ କଂଗ୍ରେସ ମେଂଟ ଓ ବିଜେପି ମେଂଟକୁ ୧୪ ଲେଖାଏଁ ଆସନ ମିଳିବ । କେରଳର ୨୦ ଆସନରୁ କଂଗ୍ରେସ ମେଂଟ -୧୬, ବାମ ସାମ୍ମୁଖ୍ୟ-୩ ଓ ବିଜେପି ମେଂଟ- ୩ ଆସନ ମିଳିବ ।