ତୁଟିନି ମକ୍ ପୋଲ ଭୋଟ ଅଡୁଆ

ତୁଟିନି ମକ୍ ପୋଲ ଭୋଟ ଅଡୁଆ

ତୁଟିନି ମକ୍ ପୋଲ ଭୋଟ ଅଡୁଆ
ଭୁବନେଶ୍ୱର : ପ୍ରକୃତ ଭୋଟ ହେବା ପୂର୍ବରୁ ମକ୍ ପୋଲ ଭୋଟିଂ ହୋଇଥାଏ । ଏହି ମକ୍ ପୋଲ ଭୋଟ ଗୁଡିକ ଇଭିଏମ କଂଟ୍ରୋଲ ୟୁନିଟରେ ରହିଯାଇ ପାରେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରକୃତ ଭୋଟ ଗ୍ରହଣ ପୂର୍ବରୁ ମକ୍ ପୋଲ ଭୋଟକୁ ମେସିନରୁ ଡିଲିଟ କରାଯାଇଥାଏ । ଭୋଟିଂ ପୂର୍ବରୁ ପ୍ରିଜାଇଡିଂ ଅଫିସର ମେସିନରୁ ମକ୍ ପୋଲ ଭୋଟିଂକୁ ଡିଲିଟ କରିଥାଆନ୍ତି । ଯେଉଁଠି ପ୍ରିଜାଇଡି ଅଫିସର ମକ ପୋଲିଂ ଡିଲିଟ କରିନଥିବେ ସେହି ମେସିନରେ ତ୍ରୁଟି ଦେଖିବାକୁ ମିଳିବ । ଏଭଳି କ୍ଷେତ୍ରରେ କଣ କରାଯାଇ ପାରବି ଇସିଆଇଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟ କରାଯିବ । ସେଭଳି କ୍ଷେତ୍ରରେ କୌଣସି ପ୍ରାର୍ଥୀ ଚାହିଁଲେ ଭିଭିପାଟ ଗଣତି କରି ପାରିବେ । ଧାରା ୫୬(ଘ) ଅନୁସାରେ ଗଣତି ପାଇଁ ରିଟର୍ଣ୍ଣିଂ ଅଫିସର ନିଷ୍ପତି ନେଇ ପାରିବେ ।