ସତସାହସ ଥିଲେ ସୌମ୍ୟ ବିଧାନସଭାରେ ଉଠାନ୍ତୁ: ନରସିଂହ

ସତସାହସ ଥିଲେ ସୌମ୍ୟ ବିଧାନସଭାରେ ଉଠାନ୍ତୁ: ନରସିଂହ

ସତସାହସ ଥିଲେ ସୌମ୍ୟ ବିଧାନସଭାରେ ଉଠାନ୍ତୁ: ନରସିଂହ
ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚାଲେଞ୍ଜ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କୋଟିଆକୁ ନେଇ ପ୍ରାଶାସନିକସ୍ତରରେ ଥିବା ଅବହେଳାକୁ ସୌମ୍ୟ ସ୍ୱୀକାର କରିଥିବାବେଳେ ନରସିଂହ ଏନେଇ ତାଙ୍କୁ ଚାଲେଞ୍ଜ କରିଛନ୍ତି । ସତସାହସ ଥିଲେ ସୌମ୍ୟ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାନ୍ତୁ ବୋଲି ନରସିଂହ କହିଛନ୍ତି । କୋଟିଆ ପ୍ରସଙ୍ଗରେ ପ୍ରାଶାସନିକ ଅବହେଳା ନେଇ ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ପ୍ରଥମେ ନରସିଂହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ଏଭଳି କହିଥିବାରୁ ସୌମ୍ୟଙ୍କୁ ଧନ୍ୟବାଦ । ତେବେ ସତସାହସ ଥିଲେ ବିଧାନସଭାରେ ଉଠାନ୍ତୁ । ଶାସକଦଳର ସବୁ ବିଧାୟକ ନିଜ ଦୋଷ ଦୁର୍ବଳତାକୁ ଉଠାଇବା କଥା । କୋଟିଆ ପ୍ରସଙ୍ଗରେ ଆମେ ସବୁବେଳେ ସରକାରଙ୍କ ଅପାରଗତା କଥା କହିଛୁ । ଏବେ ସୌମ୍ୟବାବୁଙ୍କ ମନ୍ତବ୍ୟ ଏହାର ପ୍ରମାଣ ବୋଲି ନରସିଂହ ମିଶ୍ର କହିଛନ୍ତି । ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, କୋଟିଆକୁ ନେଇ ପ୍ରାଶାସନିକସ୍ତରରେ ଥିବା ଅବହେଳାକୁ ମୁଁ ସ୍ୱୀକାର କରୁଛି । ଦଳରେ ଅଛି ବୋଲି ଯାହା ସବୁ ଘଟୁଛି ତାକୁ ଠିକ କହିବା ଅଭ୍ୟାସ ମୋର ନାହିଁ । କୋଟିଆ ପ୍ରସଙ୍ଗ ତଳ ସ୍ତରରୁୁ ଆଗରୁ ଚାହିଁଥିଲେ ସମାଧାନ ହୋଇପାରନ୍ତା । ତେବେ ବିଳମ୍ବ ହେଲେ ବି ସରକାର ଲଢେଇ ପାଇଁ ବାହାରିଛନ୍ତି ବୋଲି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ।