ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ

ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ

ଭୁବନେଶ୍ୱର:  ବିଧାନସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳ ଡିଆଁ ବି ଚାଲିଛି । ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା ବେଳେ ବିଜେପି ନେତା ବି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ଗତ କିଛିଦିନ ହେବ ଅଧିକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଯେଉଁମାନଙ୍କୁ ଭରସା କରିଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଛି । ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ ଦେଇଛି ।

ସେମାନଙ୍କ ନାମ ଓ କେଉଁଠୁ ବିଜେପି ସେମାନଙ୍କୁ ଟିକେଟ ଦେଇଛି ଜାଣନ୍ତୁ

ଅରବିନ୍ଦ ଢ଼ାଲି – ଜୟଦେବ
ଆକାଶ ଦାସ ନାୟକ – କୋରେଇ
ରାଜେନ୍ଦ୍ର ଦାସ – ସୋର
ସିଦ୍ଧାନ୍ତ ମହାପାତ୍ର – ଦିଗପହଣ୍ଡି
ପ୍ରିୟଦର୍ଶୀ ମିଶ୍ର – ଉତ୍ତର ଭୁବନେଶ୍ଵର
ପୂର୍ଣ୍ଣଚନ୍ଦ୍ର ସେଠୀ – ଖଲ୍ଲିକୋଟ
ରଘୁରାମ ମାଛ – କୋରାପୁଟ
ତ୍ରିନାଥ ଗମାଙ୍ଗ – ଗୁଣୁପୁର