ମୋ ଉପରେ ୯ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର: ମୋର ମନ୍ତ୍ରୀପଦରେ ଲୋଭ ନାହିଁ । ମୋ ଉପରେ ପଶ୍ଚିମ ଓଡିଶାର ୯ ଜିଲ୍ଲା ଦାୟିତ୍ । ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲି। ସଙ୍ଗଠନ ଦାୟିତ୍ଵ ବୁଝିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଛି । ଯେଉଁ ସମର୍ଥକ ମାନେ କ୍ଷୁବ୍ଧ ଥିଲେ ବୁଝାଇ ଦେଇଛି । ଆଗାମୀ ନିର୍ବାଚନର ବିଜେଡି ପଶ୍ଚିମ ଓଡିଶାରେ ୩୫ ବିଧାନସଭା ଆସନରୁ ୩୧ଟିରେ ଜିତିବ । ସୁନ୍ଦରଗଡ଼ ଛାଡ଼ି ୯ ଜିଲ୍ଲା ବୁଝିବାକୁ ମୁଖ୍ୟମନ୍ତ୍ରୀ କରିଥିବା କହିଲେ ସୁଶାନ୍ତ ସିଂହ । ଶେଷରେ ସବୁ ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ମନ୍ତ୍ରୀପଦ ନ ମିଳିବା ନେଇ ସୁଶାନ୍ତ ସିଂହଙ୍କ ଅସନ୍ତୋଷ ଚର୍ଚ୍ଚା ହେଉଥିବା ପ୍ରତିକ୍ରିୟା ରଖିଛନ୍ତି ବରଗଡ ଭଟଲି ବିଧାୟକ ସୁଶାନ୍ତ ସିଂହ । କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ମାନଭଞ୍ଜନ କରିଛନ୍ତି ।
ଆଜି ସକାଳୁ ଶଙ୍ଖ ଭବନରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ପରେ ସଂଗଠନ ସମ୍ପାଦକଙ୍କ ସହ ସୁଶାନ୍ତ ସିଂହଙ୍କ ଆଲୋଚନା ହୋଇଥିଲା । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସୁଶାନ୍ତ । ସେ କହିଛନ୍ତି ମୁଁ ଅସନ୍ତୋଷ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ମୋତେ ଯାହା ନିର୍ଦ୍ଦେଶ ଦେଇଛନ୍ତି ମୁଁ ସେହି ଅନୁସାରେ କାମ କରିବି । ଭାବାବେଗରେ ଆସି ମୋ କାର୍ୟ୍ୟକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ବୁଝାଇ ଦେଇଛି ।