ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀମାନଙ୍କୁ  ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗୁରୁବାର ରାଜ୍ୟ ସଚିବାଳଳୟରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ ମନ୍ତ୍ରୀମାନଙ୍କୁ ୫ଟି ପରାମର୍ଶ ନେଇଛନ୍ତି । ତାହା ହେଲା- ୧- ବ୍ୟାପକ ଗସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ୨- ଗସ୍ତ କରିବା ଦ୍ୱାରା ନିଜ ବିଭାଗର କାମ ତୃଣମୂଳସ୍ତରରୁ ଜାଣିହେବ । ୩- ବିଭାଗୀୟ ଅଫିସ ଏବଂ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ୪- ଗସ୍ତ ସମୟରେ ଲୋକଙ୍କୁ ଭେଟିବା ଓ ମତାମତ ନେବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ୫- ୫ଟି କ୍ରୀୟାଶୀଳ କରିବାକୁ ବ୍ୟକ୍ତିଗତଭାବେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ୬- ସ୍ୱଚ୍ଛତା ଓ ଦକ୍ଷତା ପାଇଁ ବିଭାଗର ଶତପ୍ରତିଶତ କାମ ଓସ୍ୱାସରେ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଏହି ମନ୍ତ୍ରୀପରିଷଦ ବୈଠକରେ କାଳିଆ ଯୋଜନାରେ ଖର୍ଚ୍ଚ ଆପଦକାଳୀନ ପାଣ୍ଠିର ଭରଣାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଆପଦକାଳୀନ ପାଣ୍ଠିର ଭରଣାକୁ ମନ୍ତ୍ରୀ ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି ।