ଦରକାର ପଡ଼ିଲେ ଏଲଓସି ଅତିକ୍ରମ କରିବୁ:ବିପିନ ରାୱତ

ଦରକାର ପଡ଼ିଲେ ଏଲଓସି ଅତିକ୍ରମ କରିବୁ:ବିପିନ ରାୱତ

ଦରକାର ପଡ଼ିଲେ ଏଲଓସି ଅତିକ୍ରମ କରିବୁ:ବିପିନ ରାୱତ
ନୂଆଦିଲ୍ଲୀ: ଭାରତ ବିରୋଧରେ ଛାୟା ଯୁଦ୍ଧ ଚଳାଇଥିବା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ ସେନା ମୁଖ୍ୟ ବିପିନ ରାୱତ। ଦରକାର ପଡ଼ିଲେ ଭାରତ ନିୟନ୍ତ୍ରଣ ରେଖା(ଏଲଓସି) ଅତିକ୍ରମ କରିବ ବୋଲି ସେ କହିଛନ୍ତି। ସର୍ଜିକାଲ ଷ୍ଟ୍ରାଇକକୁ ସ୍ମରଣ କରାଇ ରାୱତ କହିଛନ୍ତି, ଏହା ଆଉ ଲୁଚକାଳି ଖେଳ ହୋଇ ରହିନାହିଁ। ଭାରତ ଯଦି ସୀମା ଅତିକ୍ରମ କରିବାକୁ ଚାହିଁବ, ତେବେ ଏହା ଆକାଶ ମାର୍ଗ, ସ୍ଥଳ ମାର୍ଗ ଅଥବା ଉଭୟ ମାର୍ଗ ଦେଇ ଅତିକ୍ରମ କରିପାରିବ। ପୂର୍ବରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପାକିସ୍ତାନକୁ ଏକ ବାର୍ତ୍ତା ଦେଇଛି ଯେ, ଯେପର୍ୟ୍ୟନ୍ତ ପାକ୍‌ ଶାନ୍ତ ରହିନାହିଁ ଏବଂ ଏଲଓସି ଅଞ୍ଚଳକୁ ଦୂଷିତ କରିନାହିଁ, ସେପର୍ୟ୍ୟନ୍ତ ତାହା ଏକ ଅତି ପବିତ୍ର ଅଞ୍ଚଳ ହୋଇ ରହିବ। ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ବ୍ୟବହାର କରି ଛାୟାଯୁଦ୍ଧ କରୁଛି ବୋଲି ସେ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।