ଘରୋଇ ସାମଗ୍ରୀ ଘରକୁ କରୁଛି ବିଷାକ୍ତ!

ଘରୋଇ ସାମଗ୍ରୀ ଘରକୁ କରୁଛି ବିଷାକ୍ତ!

ଘରୋଇ ସାମଗ୍ରୀ ଘରକୁ କରୁଛି ବିଷାକ୍ତ!
ଅଧିକାଂଶ ଲୋକେ ନିଜ ଘରେ ନିୟମିତ ଭାବେ ମଶାଧୂପ ବତି, ଲୁଗା ସଫା ପାଉଡର, ଟଏଲେଟ୍ କ୍ଲିନର, ଏୟାର ଫ୍ରେଶନର ବ୍ୟବହାର କରିଥାନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏସବୁ ଉପଯୋଗରେ ଘରେ ପରିବେଶ ବିଷାକ୍ତ ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଗୋଟିଏ ମଶାଧୂପ କଏଲରୁ ବାହାରୁଥିବା ଧୂଅାଁ ୩୭ଟି ସିଗାରେଟ୍ ଧୂଅାଁ ସହ ସମାନ । ଏବେ ଏହି ମଶାଧୂପ କଏଲ ବ୍ୟବହାର କରିବା ପୂର୍ବରୁ ସତର୍କ ରୁହନ୍ତୁ । ଦିଲ୍ଲୀର ଏକ ବିଶେଷଜ୍ଞ ଦଳ ବାରମ୍ବାର ଅନୁଧ୍ୟାନ କରିବା ପରେ ତଥ୍ୟ ପ୍ରକାଶ କରିଛନ୍ତି । ଛୋଟ ପିଲାଙ୍କ କକ୍ଷରେ ଆଦୌ ଏହି ମଶାଧୂପ କଏଲ୍ ଲଗାନ୍ତୁ ନାହିଁ । ଏହା କାରଣରୁ ସେମାନଙ୍କ ମାନସିକ ବିକାଶ ସବୁଠୁ ଅଧିକ ପ୍ରଭାବିତ ହେଉଥିବାର ପରୀକ୍ଷାରୁ ପ୍ରମାଣିତ ହୋଇଛି । ଲୁଗା ସଫା ପାଉଡରରେ ଫସଫରସ ଥିବାର ଏହା କାରଣରୁ ଆପଣଙ୍କ ତ୍ୱଚା ରୋଗ ହେବାର ଭୟ ରହିଛି । ଟଏଲେଟ କ୍ଲିନର, ଚଟାଣକୁ ସଫା କରୁଥିବା ଏକପ୍ରକାର କ୍ଲିନର କାରଣରୁ ପରଫ୍ଲୋରିଥାଇଲିନ୍ ତତ୍ତ୍ୱ ଥିବାରୁ ତାହା କାରଣରୁ ବୃକକ୍ ରୋଗ ଓ ସ୍ନାୟୁ ଜନିତ ରୋଗ ହେବାର ଆଶଙ୍କା ଥାଏ । ଏୟାର ଫ୍ରେଶନର କାରଣରୁ ତ୍ୱଚା ସମ୍ବନ୍ଧୀୟ ରୋଗ ଓ ମୁଣ୍ଡ ବିନ୍ଧା ରୋଗ ଅଧିକାଂଶଙ୍କର ହୋଇଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ।