ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ
ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ଆଉ ତିନି କରୋନା ଆକ୍ରାନ୍ତ । ଏହି ତିନି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 125ରେ ପହଞ୍ଚିଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ତିନି ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ 44, 61 ଏବଂ 63 ରେ ରହିଛି । ଏହି ତିନି ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହି ତିନି ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ତେବେ ବର୍ତମାନ ପଶ୍ଚିମବଙ୍ଗ ଫେରନ୍ତା ସରକାରଙ୍କ ଚିନ୍ତା ବଢ଼ାଇଛି |