ଟିକା କେନ୍ଦ୍ରକୁ ଗଲାବେଳେ ଏହି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନିଅନ୍ତୁ

ଟିକା କେନ୍ଦ୍ରକୁ ଗଲାବେଳେ ଏହି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନିଅନ୍ତୁ

ଟିକା କେନ୍ଦ୍ରକୁ ଗଲାବେଳେ ଏହି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନିଅନ୍ତୁ
୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣର ବ୍ୟକ୍ତି ଏବଂ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ଆଜି ଠାରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି । କିନ୍ତୁ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇବା ପରେ ସେମାନଙ୍କୁ ଟିକା ପ୍ରଦାନ କରାଯାଉଛି । ତେବେ ଟିକା କେନ୍ଦ୍ରକୁ ନେଇଯିବେ କେଉଁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେବାକୁ ପଡିବ ଆସନ୍ତୁ ଜାଣିବା – ଟିକା କେନ୍ଦ୍ରକୁ ଗଲାବେଳେ ନିଜର ପରିଚୟ ପତ୍ର ନେବାକୁ ଭୁଲିବେ ନାହିଁ – ଆଧାର କିମ୍ବା ଭୋଟର ଆଇଡି କାର୍ଡ ଭଳି ପ୍ରମାଣ ପତ୍ର ନେବାକୁ ପଡିବ – ଯେଉଁଥିରେ ଆପଣଙ୍କ ଫଟୋ ସହିତ ଜନ୍ମ ତାରିଖ ଉଲ୍ଲେଖ ଥିବ – ୪୫ରୁ ୫୯ ବର୍ଷର ଲୋକ ଜଟିଳ ରୋଗ ସଂପର୍କିତ ପ୍ରମାଣ ପତ୍ର ନେବେ – ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ନେବାକୁ ପଡିବ ରୋଗ ପ୍ରମାଣ ପତ୍ର