ତିନି ଝିଅଙ୍କ ସହିତ କୂଅକୁ ଡେଇଁ ବାପାର ଆତ୍ମହତ୍ୟା

ତିନି ଝିଅଙ୍କ ସହିତ କୂଅକୁ ଡେଇଁ ବାପାର ଆତ୍ମହତ୍ୟା

ତିନି ଝିଅଙ୍କ ସହିତ କୂଅକୁ ଡେଇଁ ବାପାର ଆତ୍ମହତ୍ୟା
ଭିଣ୍ଡ : ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଆନ୍ଧିୟାରୀ ଗ୍ରାମରେ ଜଣେ ପିତା ନିଜ ତିନି ଝିଅଙ୍କ ସହିତ କୁଅଁକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ବାମୀ-ସ୍ତ୍ରୀଙ୍କ ବିବାଦ କାରଣରୁ ସ୍ବାମୀ ଜଣକ ଏପରି କଠୋର ନିଷ୍ପତ୍ତି ନେଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଚାରିଜଣଙ୍କ ଶବକୁ କୂଅରୁ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁସାରେ ଆନ୍ଧିୟାରୀ ଗ୍ରାମରେ ରହୁଥିବା ରାଜେଶ ରଜକ ଗ୍ରାମରେ ଶ୍ରମିକ ଭାବେ କାମ କରୁଥିଲା । ରାଜେଶରେ ଘରେ ତାଙ୍କ ସ୍ତ୍ରୀ ସମେତ ତିନି ଝିଅ ଓ ଛୋଟ ପୁଅ ରହୁଥିଲେ । ଶୁକ୍ରବାର ଦିନ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତେବେ ଘର ନିକଟରେ ରହୁଥିବା ରାଜେଶ ପିତାଙ୍କ ଦୁଇଜଣଙ୍କୁ ମଧ୍ୟରେ ଦୋଇଥିବା ବିବାଦକୁ ଶାନ୍ତ କରାଇଥିଲେ । ଏହା ପରେ ରାଜେଶଙ୍କ ସ୍ତ୍ରୀ ସୁମନ ନିଜର ତିନି ବର୍ଷର ପୁଅକୁ ନେଇ ନିଜ ବାପଘରକୁ ଚାଲିଯାଇଥିଲେ । ରାତ୍ରିରେ ରାଜେଶ ରାଗରେ ନିଜ ତିନି ନିରୀହ ଝିଅମାନଙ୍କ ସହିତ ଘର ପାଖରେ ଥିବା କୂଅକୁ ଡେଇଁ ପଡିଥିଲେ । ତିନି ଝିଅଙ୍କ ବୟସ ଯଥାକ୍ରମେ ୧୦, ୮ ଓ ୫ ବର୍ଷ ବୋଲି ସୂଚନା ରହିଛି । ସକାଳୁ ଘରର କବାଟ ଖୋଲା ହୋଇଥିବା ଦେଖି ପଡୋଶୀ ରାଜେଶଙ୍କ ପିତାଙ୍କୁ ଖବର ଦେଇଥିଲେ । ପରେ ରାଜେଶଙ୍କ ସ୍ତ୍ରୀ ସୁମନ ଓ ତାଙ୍କପିତା ମଧ୍ୟ ଆସି ଘରେ ପହଞ୍ଚିଥିଲେ । ରାଜେଶ ଓ ତିନିଝିଅଙ୍କୁ ଖୋଜାଖୋଜି କରିବା ପରେ କୂଅ ଉପରେ ଚପଲ ରହିଥିବା ଦେଖି କୂଅଭିତରକୁ ଦେଖିଥିଲେ । କୂଅ ଭିତରେ ଝିଅର ଶବ ଭାସୁଥିବାର ଦେଖାଯାଇଥିଲା । ଏହା ପରେ ପୋଲିସ୍‌କୁ ସୂଚନା ଦିଆଯାଇଙଥିଲା । ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି ।