ବଢ଼ିପାରେ ଖେଳାଳିଙ୍କ ଆତ୍ମହତ୍ୟା

ବଢ଼ିପାରେ ଖେଳାଳିଙ୍କ ଆତ୍ମହତ୍ୟା

ବଢ଼ିପାରେ ଖେଳାଳିଙ୍କ ଆତ୍ମହତ୍ୟା
ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ସ୍ଥଗିତ ହେବା ନେଇ ଘୋର ଚିନ୍ତା ପ୍ରକଟ କରିଛନ୍ତି ଆମେରିକାର କିମ୍ବଦନ୍ତୀ ସନ୍ତରଣ ତାରକା ମାଇକେଲ ଫେଲପ୍ସ । ଧରାପୃଷ୍ଠର ଏହି ସର୍ବବୃହତ କ୍ରୀଡ଼ା ମହୋତ୍ସବ ୨୦୧୧ ମସିହା ଜୁଲାଇ ଅଗଷ୍ଟ ମାସକୁ ଯିବା ପରେ ଖେଳାଳିଙ୍କୁ ମନସ୍ତାତ୍ତ୍ୱିକ ଚାପରୁ ମୁକ୍ତ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ବିଭିନ୍ନ କ୍ରୀଡ଼ା ମହାସଂଘକୁ ଆହ୍ୱାନ କରିଛନ୍ତି । ଏହା ନ ହେଲେ ଖେଳାଳିଙ୍କ ଆତ୍ମହତ୍ୟା ହାର ପୂର୍ବାପେକ୍ଷା ଢ଼େର ବଢ଼ିବ ବୋଲି ଫେଲକ୍ସ କଡ଼ା ଚେତାବନୀ ଦେଇଛନ୍ତି । ଏହି ବିଷୟରେ ନିଜ ମତାମତ ରଖିବାକୁ ଯାଇ ସେ କହିଛନ୍ତି ଯେ ଆପଣ ୪ ବର୍ଷ ଧରି ଅଲିମ୍ପିକ୍ସକୁ ଅପେକ୍ଷା କରିଥାଆନ୍ତି । ଏକ ନିର୍ଦ୍ଦିଷ୍ଟ ସମୟକୁ ଆଖି ଆଗରେ ରଖି ଆମେ ଏଥିଲାଗି ଅଭ୍ୟାସ କରୁଥାଏ । ଲକ୍ଷ୍ୟ ବି ଧାର୍ଯ୍ୟ କରିଥାଏ । ଆମ ଶରୀର ମଧ୍ୟ ତଦନୁଯାୟୀ ପ୍ରସ୍ତୁ ହୋଇ ରହିଥାଏ । ହେଲେ ଯଦି ଅଚାନକ କୌଣସି କାରଣରୁ ଅପେକ୍ଷା ଆହୁରି ବଢ଼ିଯାଏ, ତା ହେଲେ ମାନସିକ ସ୍ତରରେ ଆମେ ଚାପଗ୍ରସ୍ତ ହେବା ସ୍ୱାଭାବିକ । ମୁଁ ଆଶା କରୁଛି ଆତ୍ମହତ୍ୟା ସଂଖ୍ୟା ନ ବଢ଼ୁ । କାରଣ ଅଲିମ୍ପିକ୍ସରେ ମାନସିକ ସ୍ୱାସ୍ଥ୍ୟର ଢ଼େର ମହତ୍ୱ ରହିଥାଏ । ଅଲିମ୍ପିକ୍ସକୁ ନେଇ ଆଗରୁ ଏମିତି କିଛି ନଥିଲେ କିମ୍ବା ଶୁଣି ନଥିଲେ । ଏହାକୁ ସ୍ଥଗିତ କରିବା କିନ୍ତୁ ଏକବାର ଠିକ୍‍ ନିଷ୍ପତ୍ତି ଥିଲା । ଖେଳାଳିଙ୍କ ପାଇଁ କିନ୍ତୁ ମୋ ଛାତି ଫାଟି ଯାଉଛି । ୩୪ ବର୍ଷୀୟ ଫେଲପ୍ସଙ୍କୁ ଅଲିମ୍ପିକ୍ସ ଇତିହାସର ସଫଳତମ ଖେଳାଳିର ମାନ୍ୟତା ମିଳିଥିଲା ବେଳେ ସେ ସର୍ବମୋଟ ୨୮ ପଦକ ଜିତି ଇତିହାସ ରଚିଛନ୍ତି ।