ଘରେ ବସି ଅର୍ଡର କଲେ ମିଳିବ ଔଷଧ
ଘରେ ବସି ଅର୍ଡର କଲେ ମିଳିବ ଔଷଧ
admin
Apr 9, 2020 - 05:36
Updated: Apr 9, 2020 - 05:36
‘କରୋନା’ରେ ଆଜି ସୁଦ୍ଧା ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ମଧ୍ୟ ଅଛନ୍ତି। ତେବେ ଏପରିସ୍ଥିତିରେ ଔଷଧ ପାଇଁ ଲୋକେ ନାନା ଅସୁବିଧାରେ ପଡୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବିଏମ୍ସି ଅନ୍ ଲାଇନ୍ରେ ଔଷଧ ମଗାଇବାରେ ବ୍ୟବସ୍ଥା କରିଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି। ଅନ୍ଲାଇନ୍ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ। ପ୍ରତି ଥାନା ଅଧୀନରେ ଅତିକମ୍ରେ ୬ଟି ଔଷଧ ଦୋକାନ ସାମିଲ୍ କରାଯାଇଛି। ଆସନ୍ତାକାଲିଠାରୁ ଏହି ସୁବିଧା ମିଳିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ଲାଇନ୍ରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ। ଏହି ସେବା ରାଜଧାନୀବାସୀଙ୍କୁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।