କଂଗ୍ରେସର ଗ୍ୟାରେଂଟି କାର୍ଡ଼ ବଂଟନ

କଂଗ୍ରେସର ଗ୍ୟାରେଂଟି କାର୍ଡ଼ ବଂଟନ

କଂଗ୍ରେସର ଗ୍ୟାରେଂଟି କାର୍ଡ଼ ବଂଟନ
କୋରାଇ : କୋରାଇ ବ୍ଲକ ଅନ୍ଧାରୀ ପଂଚାୟତର ବିଭିନ୍ନ ଗ୍ରାମରେ ମହିଳା କଂଗ୍ରେସ ପକ୍ଷରୁ ଗ୍ୟାରେଂଟି କାର୍ଡ଼ ବଂଟନ କରାଯାଇଛି । ରାଜ୍ୟରେ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ପ୍ରଥମ ଦିନରେ କୃଷିଋଣ ଛାଡ଼ ହେବା ସହ ଧାନର ସହାୟକ ମୁଲ୍ୟ ବୃଦ୍ଧି, କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ, ପମ୍ପସେଟ୍ ଯୋଗାଣ, ପ୍ରତିି ପରିବାରକୁ ୭୨ ହଜାର ଟଙ୍କା ପ୍ରଦାନ, କନ୍ୟାମାନଙ୍କୁ ମାଗଣାରେ ଇଚ୍ଚଶିକ୍ଷା ଓ ବିବାହ ପାଇଁ ଆର୍ôଥକ ସହାୟତା, ପ୍ରତି ପଂଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତ ଓ ବିଧବାଙ୍କୁ ଦୁଇହଜାର ଟଙ୍କା ଭତା ପ୍ରଦାନ, ଦାରିଦ୍ର ପରିବାରକୁ ସର୍ବନିମ୍ନ ଆୟର ଗ୍ୟାରେଂଟି ଅଭାବି ପରିବାର ଜଣକୁ ଚାକିରୀ, ବେକାର ଯୁବକ/ଯୁବତୀଙ୍କୁ ଭତା ପ୍ରଦାନ ଓ ବିକଳାଙ୍ଗ ଭତା ୧୫ ଶହ ଟଙ୍କାକୁ ବୃଦ୍ଧି ଉଲ୍ଲେଖ ଥିବା ଇସ୍ତହାର ପତ୍ର ବଂଟନ କରାଯାଇଥିଲା । ଅନ୍ଧାରୀ ପଂଚାୟତ କଂଗ୍ରେସ ମହିଳା ମୋର୍ଚ୍ଚା ସଭାନେତ୍ରୀ ଦୀପା ସ୍ୱାଇଁ, ରାଜ୍ୟ ମହିଳା କଂଗ୍ରେସ ଉପ ସଭାନେତ୍ରୀ ଆରତି ସ୍ୱାଇଁ, ଜିଲା ମହିଳା କଂଗ୍ରେସ ଉପ ସଭାନେତ୍ରୀ ମମତା ପରିଡ଼ା, କାମିନି ମଲ୍ଲିକ, ଭାନୁମତୀ ବାରିକ, କବିତା ନାୟକ, କୌଶଲ୍ୟା ନାୟକ, ରଞ୍ଜିତା ନାୟକ, ମାନସି ମଲିକ, ରୁକ୍ମଣୀ ମଲିକ, ରଞ୍ଜିତା ନାୟକ, ଲକ୍ଷ୍ମୀପ୍ରିୟା ପରିଡ଼ା, କବିତା ନାୟକ, ଗଜେନ୍ଦ୍ର କର, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ କାର୍ଡ଼ ବଂଟନରେ ସାମିଲ ହୋଇଥିଲେ । ସେହିପରି ପଛିକୋଟ ଓ ପାଟ୍ଟରଙ୍ଗା ପଂଚାୟତରେ ମଧ୍ୟ ଗ୍ୟାରେଂଟି କାର୍ଡ଼ ବଂଟନ କରାଯାଇଛି ।