ଧୋନିଙ୍କ ଲମ୍ବା କେଶକୁ ନାପସନ୍ଦ କରୁଥିଲେ ସାକ୍ଷୀ ।
ଧୋନିଙ୍କ ଲମ୍ବା କେଶକୁ ନାପସନ୍ଦ କରୁଥିଲେ ସାକ୍ଷୀ ।
admin
Jun 4, 2020 - 09:46
Updated: Jun 4, 2020 - 09:46
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ପଦାର୍ପଣ ବେଳେ ନିଜ ସାହସିକ ବ୍ୟାଟିଂ ଷ୍ଟାଇଲ ପାଇଁ ପ୍ରସିଦ୍ଧ ଥିଲେ । କିନ୍ତୁ ସେ ମଧ୍ୟ ଆଉ ଏକ ଜିନିଷ ପାଇଁ ଲୋକପ୍ରିୟ ଥିଲେ । ତାହା ହେଉଛି ତାଙ୍କ ଲମ୍ବା ଚୁଟି ଷ୍ଟାଇଲ । ଏହାକୁ ମଧ୍ୟ ସମସ୍ତଙ୍କ ପସନ୍ଦ ନଥିଲା । ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଏହାକୁ ପସନ୍ଦ କରନ୍ତି ନାହିଁ ବୋଲି ଚେନ୍ନାଇ ସୁପର କଗ୍ସ (ସିଏସକେ) ର ଇନଷ୍ଟାଗ୍ରାମ ଲାଇଭ ସୋ’ରେ ରୂପା ରମାନିଙ୍କ ସହ କଥା ହେଲା ବେଳେ କହିଛନ୍ତି । ରମାନି ଏହି ସୋ’ରେ ଧୋନିଙ୍କ ସହ ଉଠାଇଥିବା ଏକ ପୁରୁଣା ଫଟୋ ଦେଖାଇଥିଲେ । ଯେଉଁଥିରେ ଧୋନିଙ୍କର ଲମ୍ବା ଚୁଟି ଥିଲା । ଏହାର ଜବାବରେ ସାକ୍ଷୀ କହିଥିଲେ, ମୁଁ ଭାଗ୍ୟବାନ ଯେ ତାଙ୍କୁ ଲମ୍ବା ଚୁଟିରେ ଦେଖିନି । ଯଦି ମୁଁ ତାଙ୍କୁ କମଳାରଙ୍ଗୀ ଲମ୍ବା ଚୁଟିରେ ଦେଖିଥାନ୍ତି ତେବେ ତାଙ୍କୁ ଅନାଇ ନଥାନ୍ତି । କିନ୍ତୁ ତାଙ୍କ କମଳାରଙ୍ଗୀ ଚୁଟି ମୋର ପସନ୍ଦ । କମଳାରଙ୍ଗୀ ଚୁଟିରେ ତାଙ୍କୁ ଜାଣିଥିଲି । ଏହା ପରେ ତାଙ୍କୁ ଭଲ ପାଇଥିଲି । କମଳାରଙ୍ଗୀ ଚୁଟିରେ ତାଙ୍କୁ ଦେଖିଛି ଏହା ଠିକ୍ । କେବଳ ତାଙ୍କ ଛୋଟ ଚୁଟିରେ ଦେଖିଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସାକ୍ଷୀ କହିଛନ୍ତି । ଧୋନିଙ୍କୁ ପ୍ରଥମ ଭେଟର ସ୍ମୃତି ମନେ ପକାଇ ସାକ୍ଷୀ କହିଥିଲେ ଯେ ତାଜରେ ଇଣ୍ଟନସିପର ଶେଷ ଦିନରେ ମୁଁ ପ୍ରଥମେ ସାଧାରଣ ସାଥୀ ଭବେ ତାଙ୍କୁ ଭେଟିଥିଲି । ସେ ଜଣେ ସ୍ୱାଭାବିକ ମଣିଷ ଥିଲେ । ସେହି ସମୟରେ ମୁଁ କ୍ରିକେଟ ସହ ପରିଚିତ ନଥିଲି । ହେଲେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲିଙ୍କୁ ଜାଣିଥିଲି । କିନ୍ତୁ ମୁଁ ଜାଣିଲି ସେଠାରେ ଜଣେ ‘ପାହାଡି ମଣିଷ’ ଅଛନ୍ତି । ସେ ଲମ୍ବା ଚୁଟି ରଖିଥିଲା ବେଳେ ତାଙ୍କର ବଳିଷ୍ଠ ଚେହେରା ଥିଲା । ମୋ ମା’ତାଙ୍କର ଜଣେ ପ୍ରଶଂସକ ଥିଲେ । ମୁଁ ମମିଙ୍କୁ ଭେଟି କହିଲି, ସେ ଆଉ ଲମ୍ବା ଚୁଟି ରଖୁନାହାନ୍ତି । ସେ ଏବେ ଚୁଟିକୁ ଛୋଟ କରି ଦେଇଛନ୍ତି ବୋଲି ସାକ୍ଷୀ ଏହି ସୋ’ରେ କହିଛନ୍ତି ।