ସଫଳ ମଡେଲ୍ : ବିଫଳ ଅଭିନେତ୍ରୀ ନାତାସା ସୂରୀ

ସଫଳ ମଡେଲ୍ : ବିଫଳ ଅଭିନେତ୍ରୀ ନାତାସା ସୂରୀ

ସଫଳ ମଡେଲ୍ : ବିଫଳ ଅଭିନେତ୍ରୀ ନାତାସା ସୂରୀ
୨୦୦୬ରେ ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ’ ଟାଇଟଲ ଜିଣି ଗ୍ଲାମର ଦୁନିଆରେ ପ୍ରବେଶ କରିଥିବା ନାତାସା ସୂରୀଙ୍କ ପେସାଦାର ଅଭିନେତ୍ରୀ ଜୀବନର ଗାଡ଼ି ଏକ ରକମ ଅଟକି ରହିଛି । ୨୦୧୬ରେ ଗୋଟିଏ ମାଲାୟାଲମ ଫିଲ୍ମରେ ଅଭିନୟ କରିଥିଲେ । ତାହା ପରେ ‘ଇନସାଇଡ ଏକ’ ୱେବ ଧାରାବାହିକ ଓ ବଲିଉଡ଼ ଫିଲ୍ମ ‘ବା ବା ବ୍ଲାକ ସିପ୍’ । ଏଗୁଡ଼ିକରେ ଅଭିନୟ ଦ୍ୱାରା ନାତାସାଙ୍କର କୌଣସି ଲାଭ ହୋଇପାରିନାହିଁ । କୌଣସି ପ୍ରଯୋଜକ ତାଙ୍କୁ ଖୋଜୁନାହାନ୍ତି । ତେବେ ସେ ଆଗ ଧାଡ଼ିର ମଡେ଼ଲ ଏବଂ ଟେଲିଭିଜନ ଉପସ୍ଥାପିକା । ମୁମ୍ବାଇରେ ତାଙ୍କର ଜନ୍ମ । ପଢ଼ିଥିଲେ କଲେଜରେ । ଉଚ୍ଚତା ପାଞ୍ଚ ଫୁଟ ଆଠ ଇଞ୍ଚ । ବୟସ ଚଉତିରିଶ । ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ’ ଟାଇଟଲ ଜିଣିବା ପୂର୍ବରୁ ‘ମିସ୍ ମହାରାଷ୍ଟ୍ର’ ଭାବେ ପରିଚିତ ଥିଲେ । ସେ ଦେଶ ବିଦେଶରେ ଅଦ୍ୟାବଧି ଛଅ ଶହରୁ ଅଧିକ ଥର ର୍ୟାମ୍ପରେ ନିଜକୁ ପ୍ରଦର୍ଶିତ କରିସାରିଲେଣି । ହିନ୍ଦୀ, ଇଂରାଜୀ, ମରାଠୀ, ତେଲୁଗୁ ଓ ପଞ୍ଜାବୀ କହିପାରନ୍ତି । ଚିକେନ ବିରିୟାନୀ, ତାଙ୍କର ପି୍ରୟ ଖାଦ୍ୟ । ବିନୋଦ ଖାନ୍ନା ଓ ଅମରୀଶ ପୁରୀ-ପି୍ରୟ ଅଭିନେତା; ପି୍ରୟ ଗନ୍ତବ୍ୟ ସ୍ଥଳୀ ସିଙ୍ଗାପୁର; ଏବଂ ରେଖା, ରାଜକୁମାରୀ ଡାଏନା ଓ ମେରିଲିନ ମନରୋଙ୍କ ଷ୍ଟାଇଲ ତାଙ୍କର ପସନ୍ଦ ।