ଆଶ୍ଚର୍ଯ୍ୟ : ୫୦୦ ବର୍ଷରୁ ଊଦ୍ଧ୍ୱର୍ ମୃତଶରୀରରୁ ବାହାରୁଛି ରକ୍ତ, ବଢ଼ୁଛି ନଖ ଓ କେଶ

ଆଶ୍ଚର୍ଯ୍ୟ : ୫୦୦ ବର୍ଷରୁ ଊଦ୍ଧ୍ୱର୍ ମୃତଶରୀରରୁ ବାହାରୁଛି ରକ୍ତ, ବଢ଼ୁଛି ନଖ ଓ କେଶ

ଆଶ୍ଚର୍ଯ୍ୟ : ୫୦୦ ବର୍ଷରୁ ଊଦ୍ଧ୍ୱର୍ ମୃତଶରୀରରୁ ବାହାରୁଛି ରକ୍ତ, ବଢ଼ୁଛି ନଖ ଓ କେଶ
ମୃତଶରୀରକୁ ସଂରକ୍ଷିତ ରଖିବାର ପ୍ରଥା ମିଶର ତଥା ଅନ୍ୟ ଦେଶରେ ରହିଆସିଛି । ଏଥିପାଇଁ ମିଶରବାସୀ ବିଭିନ୍ନ ରାସାୟନିକ ପଦାର୍ଥ ନହେଲେ ଥଣ୍ଡା ବାତାବରଣରେ ମୃତଶରୀରକୁ ରଖିଥାନ୍ତି । କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନହୋଇ ମଧ୍ୟ ମୃତଦେହକୁ ପ୍ରାକୃତିକ ଭାବେ ସଂରକ୍ଷିତ କରି ରଖାଯାଇଛି । ସବୁଠୁ ବଡ଼ କଥା ହେଲା ଯେ, ୫୦୦ରୁ ଊଦ୍ଧ୍ୱର୍ ହୋଇଯାଇଥିଲେ ବି ଉକ୍ତ ମୃତଦେହରେ ଆଘାତ ଲାଗିଲେ ରକ୍ତ ବାହାରୁଛି । ଜୀବନ୍ତ ଲୋକଙ୍କ ପରି ଉକ୍ତ ମୃତଦେହର ନଖ ଓ କେଶ ମଧ୍ୟ ବଢ଼ୁଛି । ଏହାର ଉପରେ ବହୁତ ରିସର୍ଚ୍ଚ କରାଯାଇସାରିଲାଣି, ହେଲେ ଏହାର କାରଣ ସମ୍ପର୍କରେ କିଛି ବି ନିର୍ଯ୍ୟାସ ବାହାରି ପାରିନାହିଁ । ଏହାକୁ ଏକପ୍ରକାର ଚମକ୍ରାର ବୋଲି କୁହାଯାଉଛି । ତେବେ ଜାଣନ୍ତୁ କେଉଁ ଠାରେ ରହିଛି ଏପରି ମୃତଦେହ । ଭାରତର ସ୍ପିଟି ଘାଟିର ଏକ ଛୋଟ ଗାଁ ଗୁ୍ୟରେ ରହିଛି ଏପରି ମୃତଦେହ । ଏହି ସ୍ଥାନ ଭିକ୍ଷୁ ମମି ନାମରେ ପ୍ରସିଦ୍ଧ । କୁହାଯାଏ ଭିକ୍ଷୁ ଗାଁକୁ ବିଛାଙ୍କ ଆତଙ୍କରୁ ବଞ୍ଚାଇବା ପାଇଁ ବହୁତ ବଡ଼ ତ୍ୟାଗ କରିଥିଲେ । ଗାଁ ଲୋକ କୁହନ୍ତି ଭିକ୍ଷୁ ଧ୍ୟାନରେ ବସି ନିଜ ଶରୀର ତ୍ୟାଗ କରିବା ଦିନ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଥିଲା । ସେହି ଦିନ ଠାରୁ ଗାଁରେ ଆଉ ବିଛାମାନଙ୍କ ଆତଙ୍କ ଦେଖାଯାଉନାହିଁ । ସେବେ ଠାରୁ ଭିକ୍ଷୁଙ୍କୁ ସେଠାକାର ବାସିନ୍ଦା ଭଗବାନ ମାନି ଆସିଛନ୍ତି । ତାଙ୍କ କହିବା କଥା ଗାଁର ଭଲ ପାଇଁ ଭିକ୍ଷୁ ଆଜି ବି ସମାଧିରେ ବସିଛନ୍ତି । କୁହାଯାଉଛି ଏହି ମମି ବଞ୍ଚôଛନ୍ତି ଓ ସାଧନା କରୁଛନ୍ତି । ୫୬୫ ବର୍ଷ ହେଲା ସେ ତପସ୍ୟା କରୁଛନ୍ତି । ୨୦୦୨ରେ ଆମେରିକା ଓ ଇଂଲଣ୍ଡର କିଛି ବୈଜ୍ଞାନିକ ଆସି ଏହା ଉପରେ ରିସର୍ଚ କରିବା ସହିତ ରିପୋର୍ଟ ଦେଇଥିଲେ । ଯେଉଁଥିରେ ଭିକ୍ଷୁଙ୍କ ମୃତଶରୀର ଜୀବିତ ଥିବାର ପ୍ରମାଣ ରହିଛି । ରିପୋର୍ଟ ଅନୁସାରେ ଏହା ପ୍ରଥମ ଏପରି ମମି ଯାହା ଉପରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନାହିଁ । ମମି ଶରୀରରେ ଆଜି ବି କେଶ ଓ ନଖ ରହିଛି । ଜୀବନ୍ତ ମଣିଷଙ୍କ ପରି ଏହାର ମାଢ଼ି ବି ଜୀବନ୍ତ ଅଛି । ଏକ୍ସରେ ରିପୋର୍ଟରେ କୁହାଯାଇଛି ଶରୀରର ଗଣ୍ଠି ଗୁଡିକ ଏବେ ବି ଯୋଡ଼ି ହୋଇ ରହିଛି । ମୁହଁର ପଲକ ଆଜି ବି ରହିଛି । ଆଜି ବି ନଖ ଓ କେଶ ବଢ଼ୁଛି । ଏହାଛଡ଼ା ଆଘାତ ଲାଗିଲେ ମମିରୁ ରକ୍ତ ବାହାରୁ ଥିବା ଦେଖାଯାଇଛି । ୧୯୭୫ ମସିହା ଭୂମିକମ୍ପରେ ଗୁ୍ୟ ଗାଁର ସତ୍ତା ହଜିଯାଇଥିଲା । ସେହି ସମୟରେ ଆଇଟିବିପି ବଙ୍କର ସ୍ଥାପନ ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଖୋଳାଖୋଳିରେ ସାମିଲ ହୋଇଥିବା ଆଇଟିବିପି ଯାବନ ମାଟିରେ ଦବି ଯାଇଥିବା ଏହି ମମିକୁ ଦେଖିବାକୁ ପାଇଥିଲେ । ସେହି ସମୟରେ ମମିକୁ କୋଦାଳରେ ଆଘାତ ଲାଗିଥିଲା । ଫଳରେ ତା ଦେହରୁ ରକ୍ତ ବାହାରିଥିବା ଦେଖାଯାଇଥିଲେ । ସେହି ଦିନରୁ ମମିକୁ ଗାଁର ଏକ ମନ୍ଦିରରେ ରଖା ଯାଇଛି ।