ଗୃହିଣୀ କର୍ମଜୀବୀଙ୍କ ପାଇଁ କିଛି ଟିପ୍ସ
ଗୃହିଣୀ କର୍ମଜୀବୀଙ୍କ ପାଇଁ କିଛି ଟିପ୍ସ
admin
Mar 28, 2021 - 05:51
Updated: Mar 28, 2021 - 05:51
ଗୃହିଣୀ କର୍ମଜୀବୀ ହୋଇଥିଲେ ବି ଘରର କାମ ବିଶେଷ କରି ରୋଷେଇ ତାଙ୍କ ଉପରେ ନିର୍ଭର କରେ । ତେଣୁ ରୋଷେଇ ଘର ସୁବିଧା ଏବଂ ସ୍ୱାସ୍ଥ୍ୟକର ପରିବେଶ ପ୍ରତି ସେ ଦୃଷ୍ଟି ଦେବାକୁ ପଡ଼ିବ । ନିଜ କାମ ସହଜ କରିବା ପାଇଁ ଏଇ କେତୋଟି କଥା ମନେ ରଖନ୍ତୁ ।
ରୋଷେଇ ଘରେ ବାହାରୁ ପର୍ଯ୍ୟାପ୍ତ ଆଲୋକ ଆସିବାର ବ୍ୟବସ୍ଥା କରିବା ଜରୁରୀ । ଖାଦ୍ୟ ପ୍ରସ୍ତୁତି ସରିବା ପରେ ଯଦି ତୁରନ୍ତ ଏହା ପରଷୁନାହାନ୍ତି, ତେବେ ଏହାକୁ ଭଲ ଭାବେ ଘୋଡାଇ ରଖନ୍ତୁ ।
ରୋଷେଇ ଆରମ୍ଭ ପୂର୍ବରୁ ଏବଂ ପରେ ବ୍ୟବହାର କରୁଥିବା ଛରୀ ଆଦି ଉପକରଣ ଭଲଭାବେ ସଫା କରିବା ଉଚିତ ।
ଭିନ୍ନ ଭିନ୍ନ ବ୍ୟନ ପ୍ରସ୍ତୁତ କରିବା ଲାଗି ଗୋଟିଏ ବାସନ ବ୍ୟବହାର ନ କଲେ ଭଲ ।
ଡାଲିରେ ପୋକ ନ ଲାଗିବା ପାଇଁ ଏଥିରେ କେଇ ଟୋପା ଜଡ଼ାତେଲ ପକାଇ ଦିଅନ୍ତୁ ।
ପିମ୍ପୁଡ଼ି ଅଧିକ ହେଉଥିଲେ ଟୁ୍ୟବଲାଇଟ କିମ୍ବା ସିଏଫଏଲ ପାଖରେ ପିଆଜର ଗୋଟିଏ ଦୁଇଟି ଗଣ୍ଠି ଝୁଲାଇ ଦିଅନ୍ତୁୁ । ପିମ୍ପୁଡ଼ି ହେବେ ନାହିଁ ।
ଯେଉଁ ଖାଦ୍ୟ କିମ୍ବା ପାନୀୟ ଡବାରେ ବନ୍ଦ ହୋଇ ଆସିଥାଏ । ଏହାକୁ ବ୍ୟବହାର କରିବାର ବହୁ ପୂର୍ବରୁ ଖୋଲିବା ଅନୁଚିତ । କାରଣ ଥରେ ଖୋଲିବା ପରେ ଏହାର ସତେଜତା ଦ୍ରୁତ ବେଗରେ ହ୍ରାସ ପାଇଥାଏ ।
କଞ୍ଚା ପରିବା ସାଲାଡ଼ କରିବା ପୂର୍ବରୁ ଏହାକୁ ଥରେ ପଟାସିୟମ ପରମାଙ୍ଗାନେଟ ମିଶ୍ରଣରେ ଧୋଇବା ଜରୁରୀ । ଏବେ ଅବଶ୍ୟ ବିଭିନ୍ନ ବିଶୋଧକ ବଜାରରେ ଉପଲବ୍ଧ ହେଲାଣି ।