ଭାରତରେ ଲଂଚ କରିବ ଆଉ ଏକ କରୋନା ଟିକା

ଭାରତରେ ଲଂଚ କରିବ ଆଉ ଏକ କରୋନା ଟିକା

ଭାରତରେ ଲଂଚ କରିବ ଆଉ ଏକ କରୋନା ଟିକା
ନୂଆଦିଲ୍ଲୀ: ସେରମ ଇନଷ୍ଟିଚୁ୍ୟଟ୍ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ଶନିବାର ସୂଚନା ଦେଇଛନ୍ତି କି ଭାରତରେ ଆଉ କରୋନା ପ୍ରତିଷେଧକ ଟିକା କୋଭୋଭାକ୍ସର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହାକୁ ଭାରତରେ ଲଂଚ କରିବା ପାଇଁ କଂପାନି ଯୋଜନା କରିଛି । ଭାରତରେ ଏହି ଟିକା ଉପôାଦନ କରିବା ପାଇଁ ସେରମ ଆମେରିକୀୟ କଂପାନି ନୋଭାଭାକ୍ସ ସହିତ ଡିଲ୍ କରିଛି । ଅନ୍ୟପଟରେ, ନୋଭାଭାକ୍ସ କଂପାନି ଏବେ ଘୋଷଣା କରିଛି ଯେ ତା ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ପ୍ରାୟ ୯୬.୪% ପ୍ରଭାବଶାଳୀ ବୋଲି ବିଟ୍ରେନରେ କରାଯାଇଥିବା ପରୀକ୍ଷଣରୁ ଜଣାପଡିଛି । କମ୍ ଓ ମଧ୍ୟମ ଧରଣର ଲକ୍ଷଣ ଯୁକ୍ତ ରୋଗୀଙ୍କ ସହିତ ଗୁରୁତର ରୋଗୀଙ୍କ ପାଇଁ ବି ଏହା ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ସେଥିରୁ ସ୍ପଷ୍ଟ ହୋଇଛି ।