ଛ’ ମାସ ଧରି ଘରେ ରହିଥିବା ଯୁବକଙ୍କୁ ବାହାର କଲା କ୍ରେନ, ଜାଣନ୍ତୁ କାରଣ କ’ଣ

ଛ’ ମାସ ଧରି ଘରେ ରହିଥିବା ଯୁବକଙ୍କୁ ବାହାର କଲା କ୍ରେନ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ ପୂରାପୂରି ଛ’ରୁ ସାତ ମାସ ରହିବା ପରେ ସମସ୍ତଙ୍କ ଚେହେରାର ଆକାରରେ କିଛି ତ ପରିବର୍ତ୍ତନ ହୋଇଛି । ଯଦି ଜଣେ ଛ-ସାତ ମାସ ଘରେ ରହି ମୋଟା ହୋଇଯାଉଛି, ତେବେ ଭାବନ୍ତୁ ତ ଜଣେ ଯଦି ୬ରୁ୭ ମାସ ଘରେ ରହି ନିଜ ମନ ପସନ୍ଦର ଚିକେନ୍‌ କବାବ ଓ ଅରେଞ୍ଜଜୁସ୍‌ ପିଇବ, ତେବେ ତା’ ଅବସ୍ଥା କ’ଣ ହେବ ।  ଜଣେ ବ୍ୟକ୍ତି ଘରେ ରହି ନିଜ ମନ ପସନ୍ଦର ଖାଦ୍ୟ ଖାଇ ଏପରି ମୋଟା ହୋଇଯାଇଛନ୍ତି ଯେ, ତାଙ୍କୁ ହସ୍ପିଟାଲ ନେବା ପାଇଁ କ୍ରେନ୍‌ର ସାହାଯ୍ୟ ନେବାକୁ ପଡିଲା । ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ବ୍ରିଟେନ୍‌ରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କ୍ରେନ୍‌ ସାହାଯ୍ୟରେ ହସ୍ପିଟାଲ ନିଆଯାଇଛି । ବ୍ରିଟେନ୍‌ର ସବୁଠୁ ମୋଟା ବ୍ୟକ୍ତି ନାମରେ ଜଣାଶୁଣା ୩୦ ବର୍ଷୀୟ ଜୈସନ୍‌ ହୋଲଟୋନ୍‌ କ୍ୟାମ୍ପରେଲ୍‌ର ବାସିନ୍ଦା। ତାଙ୍କ ଓଜନ ପ୍ରାୟ ୩୧୭ କିଲୋ ୫୦୦ ଗ୍ରାମ ।ସେ ଗତ ୫ ବର୍ଷ ହେବ ଘରୁ ବାହାରକୁ ବାହାରି ନାହାନ୍ତି । ୨୦୧୪ମସିହାରେ ତାଙ୍କୁ ବାହାର ଖାଦ୍ୟ ଖାଇବାର ଅଭ୍ୟାସ ହୋଇଯାଇଥିଲା ।  ସେ କେବଳ ବାହାରୁ ଖାଦ୍ୟ ଅର୍ଡର କରି ଖାଉଥିଲେ। ତାଙ୍କ ଡାଏଟ୍‌ରେ ଚିକେନ୍‌ କବାବ, ଚିପ୍ସ, ଚିକେନ ଚାଓମିନ୍‌ ସହ ଦିନକୁ ଦେଢ ଲିଟର କମଳା ଜୁସ୍‌ ସହିତ ପାଞ୍ଚ କେନ୍‌ ଡାଏଟ୍‌ କୋକ୍‌ ସାମିଳ୍‌ ରହିଥ?