ଟାଲକମ୍ ପାଉଡର ଖାଉଥିବା ମହିଳା
ଟାଲକମ୍ ପାଉଡର ଖାଉଥିବା ମହିଳା
admin
Jan 18, 2020 - 14:53
Updated: Jan 18, 2020 - 14:53
ଝାଳ ଦୁର୍ଗନ୍ଧ ଦୂରା କରିବା ନିମନ୍ତେ ହିଁ ଟାଲକମ୍ ପାଉଡରର ବ୍ୟବହାର କରାଯାଇଥାଏ । ଅନ୍ୟ କେତେ ଜଣ ମଧ୍ୟ ପାଉଡର ଲଗାଇବାରେ ସଉକ ରଖନ୍ତି । ହେଲେ ଲଣ୍ଡନନିବାସୀ ୪୪ ବର୍ଷିୟା ଲିସା ଆଣ୍ଡରସନ ପାଉଡର ଖାଇବାରେ ରୁଚି ରଖନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଗତ ୧୫ ବର୍ଷ ମଧ୍ୟରେ ସେ ୭ ଲକ୍ଷ ୫୫ ହଜାର ଟଙ୍କାର ଟାଲକମ ପାଉଡର ଖାଇଛନ୍ତି । ସାକ୍ଷାତକାର ହେବା ସମୟରେ ଲିସା କହିଛନ୍ତି, ତାଙ୍କ ଝିଅ ଜନ୍ମ ହେବା ସମୟର ଘଟଣା । କୁନି ଝିଅକୁ ସେ ନିୟମିତ ଟାଲକମ ପାଉଡର ଲଗାଇ ଦେଉଥିଲେ । ଏହି ପାଉଡର ବାସ୍ନା ତାଙ୍କୁ ଖୁବ ଭଲ ଲାଗୁଥିଲା । ଦିନେ ଆଗ୍ରହରେ ସେ ଏଇ ପାଉଡରକୁ ଅଳ୍ପ ନେଇ ଚାଖିଲେ । ଏହାର ସ୍ୱାଦ ତାଙ୍କୁ ଖୁବ ଭଲ ଲାଗିଥିଲା । ଧୀରେ ଧୀରେ ଲିସାଙ୍କର ଏଇ ଅଭ୍ୟାସ ବଢ଼ିବାକୁ ଲାଗିଲା । ପରିସ୍ଥିତି ଏଭଳି ହେଲା ଯେ ଗୋଟିଏ ଦିନ ସେ ୨୦୦ ଗ୍ରାମ ଡିବାର ସବୁ ପାଉଡର ଖାଇଦେଲେ । ଏବେ ସେ ପାଉଡର ନ ଖାଇଲେ ଗୋଟିଏ ଦିନ ମଧ୍ୟ ରହିପାରିବେ ନାହିଁ ବୋଲି କହିଛନ୍ତି । ପ୍ରତି ଅଧ ଘଣ୍ଟାରେ ଥରେ ସେ ହାତରେ ଟାଲକମ ପାଉଡର ରଖି ଖାଇଥାନ୍ତି । ଡାକ୍ତରଙ୍କ ମତରେ ଏହା ଏକ ପ୍ରକାରର ରୋଗ । ଲିସା ନିଜେ ଚେଷ୍ଟା ନ କଲେ ଏଥିରୁ ବାହାରିପାରିବେ ନାହିଁ । ଲିସା ଏହି ଅଭ୍ୟାସ ଯଥା ଶୀଘ୍ର ବନ୍ଦ ନ କଲେ ତାଙ୍କୁ କର୍କଟ ରୋଗ ହେବାର ଆଶଙ୍କା ରହିଛି ବୋଲି ଡାକ୍ତର କହିଛନ୍ତି ।