ମା’ବାପାଙ୍କୁ ଭେଟିବାକୁ ସାଇକେଲରେ ୧୧୦୦ କିମି

ମା’ବାପାଙ୍କୁ ଭେଟିବାକୁ ସାଇକେଲରେ ୧୧୦୦ କିମି

ମା’ବାପାଙ୍କୁ ଭେଟିବାକୁ ସାଇକେଲରେ ୧୧୦୦ କିମି
ବେଙ୍ଗାଲୁରୁ : ବେଙ୍ଗାଲୁରୁଠାରେ ଏକ ଷ୍ଟାର୍ଟଅପ ପରିଚାଳନା କରନ୍ତି ରାହୁଲ ଆର ନାୟର । ରାହୁଲ ଯେତେବେଳେ କୋଚୀ ସ୍ଥିତ ନିଜ ଘରକୁ ଯିବା ନିଷ୍ପତ୍ତି ନେଲେ, ଜାଣିବାକୁ ପାଇଲେ ଯେ ତାଙ୍କ ଡ୍ରାଇଭିଂ ଲାଇସେନ୍ସର ବୈଧତା ୨ ମାସ ତଳୁ ଶେଷ ହୋଇଯାଇଛି । ମା’ବାପାଙ୍କୁ କଥା ଦେଇଥିବାରୁ ରାହୁଲ ଯାତ୍ରା ସ୍ଥଗିତ କରିବାକୁ ଚାହୁଁନଥିଲେ । କାରଣ ବୟସ୍କ ବାପାଙ୍କର ମେଡ଼ିକାଲ ଆବଶ୍ୟକତା ତାଙ୍କୁ ପୂରଣ କରିବାର ଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେରେ ରଖି ରାହୁଲ ବସ୍‍ କିମ୍ବା ଅନ୍ୟ ମାଧ୍ୟମ ଜରିଆରେ ଯାତ୍ରା କରିବାକୁ ଚାହିଁଲେ ନାହିଁ । ଶେଷରେ ନିଜ ବାଇସାଇକେଲରେ ସେ କୋଚୀ ଯାତ୍ରା କଲେ । ପ୍ରତିଶ୍ରୁତି ଅନୁସାରେ ଗତ ମାସ ୧୮ ତାରିଖରେ ସେ ବାଙ୍ଗାଲୋରଠାରୁ ଯାତ୍ରା ଆରମ୍ଭ କରି ୨୧ ତାରିଖରେ ଘରେ ପହଞ୍ଚିଥିଲେ । ତାଙ୍କ ବାପା କେ ରାମଚନ୍ଦ୍ରନ ନାୟର ଓ ମା’ମୃଣାଳିନୀ ପୁଅର ଏ ସାହସକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଲେ । ମହାମାରୀ ସମୟରେ ପୁଅ ଏଭଳି ଏକ ପଦକ୍ଷେପ ନେବ ବୋଲି ସେମାନେ କେବେ କଳ୍ପନା କରିନଥିବା କହିଛନ୍ତି । ପୁଣି ଯୋଜନା ମୁତାକବକ ରାହୁଲ ଗତ ନଭେମ୍ବର ୨୭ ରେ ସାଇକେଲରେ ବେଙ୍ଗାଲୁରୁ ଫେରିଥିଲେ ଏବଂ ୩ ଦିନ ପରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲେ । ଏହିଭଳି ଭାବେ ସେ ସାଇକେଲରେ ମୋଟ ୧୧୦୦ କିମି ଯାତ୍ରା କରିଛନ୍ତି । ରାହୁଲ ଜଣେ ଦକ୍ଷ ସାଇକେଲ ଚାଳକ, ଯିଏକି ବେଙ୍ଗାଲୁରୁରେ ‘ଟୁ ହ୍ୱିଲସ ଆଣ୍ଡ ଏ ହ୍ୟାଣ୍ଡେଲ’ ନାମକ ଷ୍ଟାର୍ଟଅପ ଚଳାଇଉଛନ୍ତି । ଏହି ଷ୍ଟାର୍ଟଅପ ଜରିଆରେ ସେ ସାଇକେଲରେ ଲମ୍ବା ଦୂରତା ଅତିକ୍ରମ କରିବାର ଦକ୍ଷତା ଉପରେ ଲୋକଙ୍କୁ ତାଲିମ ଦେଇଛନ୍ତି ।