ଆଇଟିଆଇରେ ଖାଲି ପଡ଼ିଛି ୪୭ ହଜାର ସିଟ୍‍

ଆଇଟିଆଇରେ ଖାଲି ପଡ଼ିଛି ୪୭ ହଜାର ସିଟ୍‍

ଆଇଟିଆଇରେ ଖାଲି ପଡ଼ିଛି ୪୭ ହଜାର ସିଟ୍‍
ଭୁବନେଶ୍ୱର: ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଗୁଡ଼ିକରେ ନାମଲେଖା ସରିବା ପରେ ବି ଖାଲି ପଡ଼ିଛି ୪୭ ହଜାର ରୁ ଅଧିକ ସିଟ । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଅନ୍ତିମ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ପୁଣି ଦୈନିକ ମେଧାଭିତ୍ତିକ ସ୍ପଟ ଅନୁସାରେ ନାମ ଲେଖିବାକୁ ନିଦେ୍ର୍ଧଶ ଦେଇଛି । ତେବେ ଛାତ୍ରଛାତ୍ରୀମାନେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସାମ୍ସ ଜରିଆରେ ନିଜ ନାମ ପଞ୍ଜୀକରଣ କରିପାରିବେ । ତେବେ ଏହି ତାରିଖ ମାଧ୍ୟମରେ ଯେ କୌଣସି ଦିନ ନାମଲେଖା ପାଇଁ ସ୍ଥିର ହୋଇଥିବା ଆଇଟିଆଇକୁ ଅପରାହ୍ନ ୨ଟା ମଧ୍ୟରେ ଯାଇ ସାମ୍ସ ପୋର୍ଟାଲରେ ଖାଲିଥିବା ଟ୍ରେଡରେ ପଞ୍ଜିକୃତ କଲେ, ସେଦିନର ମେଧା ତାଲିକା ମୁତାବକ ନାମଲେଖା ହେବ ।