ଜରିମାନା ଆଦାୟ ନେଇ ସ୍ପଷ୍ଟ କଲା ପରିବହନ ବିଭାଗ

ଜରିମାନା ଆଦାୟ ନେଇ ସ୍ପଷ୍ଟ କଲା ପରିବହନ ବିଭାଗ

ଜରିମାନା ଆଦାୟ ନେଇ ସ୍ପଷ୍ଟ କଲା ପରିବହନ ବିଭାଗ
ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେଲା ପରେ ଜରିମାନା ଆଦାୟକୁ ନେଇ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଇଛି । ବିଶେଷ କରି ଗ୍ରାମାଞ୍ଚଳରେ ହାବିଲଦାର କନେଷ୍ଟବଳମାନେ ମଧ୍ୟ ଜରିମାନା ଆଦାୟ କରୁଥିବାର ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଆଜି ସ୍ପଷ୍ଟୀକରଣ ଦେଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ସହରାଞ୍ଚଳର ପୁଲିସ ଷ୍ଟେସନରେ ସବ୍ ଇନ୍ସିପେକ୍ଟର କିମ୍ବା ତାହା ଠାରୁ ଅଧିକ ପାହ୍ୟାରେ ପୁଲିସ ଅଧିକାରୀ ଆଇନ ଉଲ୍ଲଘଂନ କାରୀଙ୍କ ଠାରୁ ଜରିମାନା ଆଦାୟ କରିପାରିବେ । ସେହିପରି ଗ୍ରାମାଞ୍ଚଳର ପୁଲିସ ଷ୍ଟେସନରେ ଆସିଷ୍ଟାଣ୍ଟ ସବ୍ ଇନ୍ସିପେକ୍ଟର କିମ୍ବା ତାହାଠାରୁ ଅଧିକ ପାହ୍ୟାର ପୁଲିସ ଅଧିକାରୀ ଜରିମାନା ଆଦାୟ କରିପାରିବେ ।