୨୦୩୦ ସୁଦ୍ଧା ୧୦୦ କୋଟି ଗରିବ

୨୦୩୦ ସୁଦ୍ଧା ୧୦୦ କୋଟି ଗରିବ

୨୦୩୦ ସୁଦ୍ଧା ୧୦୦ କୋଟି ଗରିବ
କରୋନା ମହାମାରୀର ପ୍ରଭାବରେ ବିଶ୍ୱ ଅର୍ଥନୀତି ଆଣ୍ଠେଇ ପଡ଼ିଛି । ଅନେକ ସଂଖ୍ୟାରେ ଲୋକ ନିଜ ରୋଜଗାର ହରାଇଛନ୍ତି । ଏହାର ପ୍ରଭାବ ଆଗାମୀ ୧ ଦଶନ୍ଧି ପର୍ଯ୍ୟନ୍ତ ଅନୁଭବ ହେବ । ୨୦୩୦ ବେଳକୁ ବିଶ୍ୱ ବ୍ୟାପୀ ୧୦୦ କୋଟି ରୁ ଅଧିକ ଲୋକ ଗରିବ ହୋଇସାରିଥିବେ ବୋଲି ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ର ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି । ଅଧ୍ୟୟନ ମୁତାବକ, ୨୦୩୦ ବେଳକୁ ୨୦ କୋଟି ୭୦ ଲକ୍ଷ ଲୋକ ଅତ୍ୟନ୍ତ ଗରିବ ହୋଇ ଯାଇଥିବେ । ଏପରିକି ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିବ । ଡେନଭର ବିଶ୍ୱବିଦ୍ୟାଳୟ ଏବଂ ପାରତି ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଫୁ୍ୟଚର୍ସ ବିଭିନ୍ନ କାରକକୁ ଦୃଷ୍ଟିରେ ରଖି ଏହି ଅଧ୍ୟୟନ ରିପୋର୍ଟକୁ ଜାରି କରିଛନ୍ତି । ମହାମାରୀ ଯୋଗୁଁ ବୃଦ୍ଧି ପାଉଥିବା ବେରୋଜଗାରୀ, କରୋନା ମୃତୁ୍ୟହାର, ଆଇଏମଏଫ ଅଭିବୃଦ୍ଧି ଆଦି ତତ୍ତ୍ୱକୁ ବିଶେଷ ଧ୍ୟାନ ଦିଆଯାଇଛି ।