ଅର୍ଥ ବ୍ୟବସ୍ଥା ନେଇ ଏଭଳି ପୂର୍ବାନୁମାନ କଲା ଆରବିଆଇ

ଅର୍ଥ ବ୍ୟବସ୍ଥା ନେଇ ଏଭଳି ପୂର୍ବାନୁମାନ କଲା ଆରବିଆଇ

ଅର୍ଥ ବ୍ୟବସ୍ଥା ନେଇ ଏଭଳି ପୂର୍ବାନୁମାନ କଲା ଆରବିଆଇ
ମୁମ୍ବାଇ: ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ଜିଡିପି ଅଭିବୃଦ୍ଧିକୁ ନେଇ ସଂଶୋଧିତ ଆକଳନ କରିଛି । ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା ୭.୫% ସଙ୍କୁଚିତ ହେବ ବୋଲି ଏହା ଅନୁମାନ କରିଛି । ପୂର୍ବରୁ ଏହାର ଆକଳନ -୯.୫% ଥିଲା । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ, ଅର୍ଥନୀତିରେ ଦ୍ରୁତ ସୁଧାର ଆସୁଛି ଏବଂ ଅନେକ ଶିଳ୍ପରେ ସୁଧାର ପ୍ରକି୍ରୟା ଆରମ୍ଭ ହୋଇଗଲାଣି । ଏଭଳି କ୍ଷେତ୍ରରେ ଜିଡିପି ହ୍ରାସ ପରିମାଣ କମ ରହିପାରେ । ଆରବିଆଇର ଏହି ସଂଶୋଧିତ ଆକଳନ ପୁଞ୍ଜି ବଜାରରେ ଉତ୍ସାହ ଦେଖାଇଦେଇଛି । କାରବାର ଶେଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୫,୦୦୦ ପଏଣ୍ଟ ଅତିକ୍ରମ କରିଛି । ବଜାରରେ ପର୍ଯ୍ୟାପ୍ତ ଲିକ୍ୱିଡିଟି ଉପଲବ୍ଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଆରବିଆଇ ଗଭର୍ଣ୍ଣର ପ୍ରକାଶ କରିଛନ୍ତି ।