କୋଭିଡ ଟିକା ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଭଲ ଖବର, ଜାଣନ୍ତୁ କଣ

କୋଭିଡ ଟିକା ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଭଲ ଖବର, ଜାଣନ୍ତୁ କଣ

କୋଭିଡ ଟିକା ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଭଲ ଖବର, ଜାଣନ୍ତୁ କଣ
ନୂଆଦିଲ୍ଲୀ:ଦେଶରେ କୋଭିଡ ମୁକାବିଲାରେ ନିୟୋଜିତ ୧ କୋଟି ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ କୋଭିଡ ଟିକା ମିଳିବ । ଏହା ପରେ କରୋନା ବିରୋଧରେ ଲଢେ଼ଇ ଜାରି ରଖିଥିବା ପ୍ରାୟ ୨ କୋଟି ଆଗ ଧାଡ଼ିର ଯୋଦ୍ଧା ଟିକା ପାଇବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସର୍ବଦଳୀୟ ବୈଠକରେ ଏହି ଉପସ୍ଥାପନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉକ୍ତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚୀବ ରାଜେଶ ଭୂଷଣ ଟିକାକରଣ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ରଖିବା ଅବସରରେ ଏହା କହିଛନ୍ତି । ଡାକ୍ତର ଏବଂ ନର୍ସଙ୍କ ସମେତ ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଟିକା ପାଇବେ ବୋଲି ଭୂଷଣ ସର୍ବଦଳୀୟ ବୈଠକରେ କହିଥିଲେ । ସମସ୍ତ ଦଳର ନେତାଙ୍କୁ ହୋଇଥିବା ଭର୍ଚୁଆଲ ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଥିଲା । ୫ କିମ୍ବା ୫ ରୁ ଅଧିକ ସାଂସଦ ଥିବା ବିଭିନ୍ନ ରାଜନୈତିକ ଦଳର ମୋଟ ୧୩ ଜଣ ନେତା ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।