ଜିଓ ପକ୍ଷରୁ ଧମାକାଦାର ଜିଓ 'ଅଲ-ଇନ-ୱାନ' ପ୍ଲାନ ସମୂହ ଘୋଷଣା

ଜିଓ ପକ୍ଷରୁ ଧମାକାଦାର ଜିଓ 'ଅଲ-ଇନ-ୱାନ' ପ୍ଲାନ ସମୂହ ଘୋଷଣା

ଜିଓ ପକ୍ଷରୁ ଧମାକାଦାର ଜିଓ 'ଅଲ-ଇନ-ୱାନ' ପ୍ଲାନ ସମୂହ ଘୋଷଣା
ଗୋଟିଏ ପ୍ଲାନରେ ସମସ୍ତ ସେବା ସହ ଅନଲିମିଟେଡ଼ ପ୍ଲାନ ସମୂହ! ମୂଲ୍ୟରେ ସରଳତା ବଜାୟ ରହି ୨୨୨ ଟଙ୍କା, ୩୩୩ ଟଙ୍କା ଓ ୪୪୪ ଟଙ୍କାର ପ୍ଲାନ ସମୂହ ଘୋଷଣା ଅଧିକ ଡାଟା, ଅଧିକ ଭଏସ, ଅଧିକ ସେବା! ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଜିଓ 'ଅଲ-ଇନ-ୱାନ' ପ୍ଲାନ ସମୂହର ଶୁଭାରମ୍ଭ କରାଯାଇଛି | ସମସ୍ତ ପ୍ଲାନକୁ ସରଳ ଓ ସହଜ ରଖୁଥିବା ଜିଓର ଏହି ନୂଆ 'ଅଲ-ଇନ-ୱାନ' ପ୍ଲାନ ସମୂହର ମୂଲ୍ୟ ରହିଛି ୨୨୨ ଟଙ୍କା, ୩୩୩ ଟଙ୍କା ଓ ୪୪୪ ଟଙ୍କା | ଅତୁଳନୀୟ ଭାଲ୍ୟୁ ପ୍ରଦାନ କରୁଥିବା ଏହି ସବୁ ପ୍ରିପେଡ଼ ପ୍ଲାନରେ ଅନଲିମିଟେଡ଼ ଭଏସ, ଏସଏମଏସ, ଆପ୍ସ ଏବଂ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟ ସହିତ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ ହେଉଛି | ୨୨୨ ଟଙ୍କା ମୂଲ୍ୟର 'ଅଲ-ଇନ-ୱାନ' ପ୍ଲାନରେ ଏକ ମାସ ପାଇଁ ଏହି ସବୁ ସୁବିଧା ମିଳୁଥିବା ବେଳେ ଦୁଇ ମାସ ଅବଧି ପ୍ଲାନ ର ମୂଲ୍ୟ ୩୩୩ ଟଙ୍କା ଓ ତିନିମାସ ଅବଧିର ପ୍ଲାନର ମୂଲ୍ୟ ୪୪୪ ଟଙ୍କା ରହିଛି | ଜିଓର ଏହି ନୂଆ ପ୍ଲାନ ଗୁଡିକ ବଜାରରେ ସବୁଠାରୁ ସୁଲଭମୂଲ୍ୟରେ ଉପଲବ୍ଧ ରହିଥିବା ବେଳେ ଅନ୍ୟ ପ୍ରତିଦ୍ବନ୍ଦୀ କମ୍ପାନୀମାନଙ୍କର ଏହିଭଳି ପ୍ଲାନଠାରୁ ୨୦ ପ୍ରତିଶତ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ରହିଛି | ଏଥିସହିତ ବେସ ପ୍ଲାନ ଉପରେ ମାତ୍ର ୧୧୧ ଟଙ୍କା ଅତିରିକ୍ତ ଦେୟ ଉପରେ ସମସ୍ତ ସେବା ଅତିରିକ୍ତ ଏକ ମାସ ପାଇଁ ପରିବର୍ଦ୍ଧିତ ହୋଇପାରିବ ବୋଲି କୁହାଯାଇଛି | ଜିଓର ବର୍ତମାନର ପ୍ରଚଳିତ ପ୍ଲାନ ଗୁଡିକ ତୁଳନାରେ ଏହି ନୂତନ 'ଅଲ-ଇନ-ୱାନ' ପ୍ଲାନସମୂହରେ ଗ୍ରାହକମାନଙ୍କ ପାଇଁ ଅନେକ ପ୍ରକାରର ଲାଭ ରହିଛି | ଜିଓ ର ବର୍ତମାନ ପ୍ରଚଳିତ ଦୈନିକ ୧.୫ ଜିବି ପ୍ଲାନ ତୁଳନାରେ ଉପଭୋକ୍ତାଙ୍କ ପାଇଁ ନୂଆ ପ୍ଲାନଗୁଡିକରେ ମିଳିବ ଏକ ଟଙ୍କା ପ୍ରତି ଜିବି ଦରରେ ଅତିରିକ୍ତ ଜିବି ଡାଟା ଏବଂ ମାଗଣା ଅତିରିକ୍ତ ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟ, ଯାହା ଅଲଗା କିଣିଥିଲେ ଉପଭୋକ୍ତାଙ୍କୁ ୮୦ ଟଙ୍କା ଦେୟ ପଡିଥାନ୍ତା | ଉଦାହରଣ ସ୍ୱରୂପ, ବର୍ତମାନର ୩୯୯ ଟଙ୍କା (ତିନିମାସିଆ) ପ୍ଲାନ ତୁଳନାରେ ଏହି ନୂଆ ପ୍ଲାନରେ ଗ୍ରାହକଙ୍କୁ ଅତିରକ୍ତ ୪୨ ଜିବି ଡାଟା ପାଇଁ ୪୫ ଟଙ୍କା ଦେବାକୁ ପଡିଥାଏ, ଯାହା ପ୍ରାୟ ଜିବି ପ୍ରତି ଏକ ଟଙ୍କା ମୂଲ୍ୟରେ ଉପଲବ୍ଧ | ସେହିଭଳି ଜିଓ ର ବର୍ତମାନ ପ୍ରଚଳିତ ଦୈନିକ ୨ ଜିବି ପ୍ଲାନ ସହ ତୁଳନାରେ ତିନିମାସ ଅବଧିର ଦୈନିକ ୨ ଜିବି ପ୍ୟାକ ଏବେ ୪୪୮ ଟଙ୍କା ବଦଳରେ ୪୪୪ ଟଙ୍କାରେ ମିଳିବ ଏବଂ ଏଥି ସହିତ ମିଳିବ ମାଗଣା ଅତିରିକ୍ତ ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟ, ଯାହା ଅଲଗା କିଣିଥିଲେ ଉପଭୋକ୍ତାଙ୍କୁ ୮୦ ଟଙ୍କା ଦେୟ ପଡିଥାନ୍ତା | ସେହିଭଳି ଦୁଇ ମାସ ଅବଧିର ନୂଆ ପ୍ଲାନ ଏବେ ମାତ୍ର ୩୩୩ ଟଙ୍କାରେ ଉପଲବ୍ଧ ହେବ, ଯାହା ପୁରୁଣା ଦର ଅନୁସାରେ ୩୯୬ ଟଙ୍କା (୧୯୮x୨) ପଡିଥାନ୍ତା |