ବିଦୁ୍ୟତ ଆଘାତରେ ମହିଳା ମୃତ

ବିଦୁ୍ୟତ ଆଘାତରେ ମହିଳା ମୃତ

ବିଦୁ୍ୟତ ଆଘାତରେ ମହିଳା ମୃତ
ବାଲୁଗାଁ: ବିଦୁ୍ୟତ ଆଘାତରେ ଜଣେ ୨୫ ବର୍ଷୀୟା ବିବାହିତା ମହିଳାଙ୍କ ମୃତୁ୍ୟ ହୋଇଛି । ଚିଲିକା ଗଙ୍ଗାଧରପୁର ଗ୍ରାମରେ ଏହି ଅଘଟଣ ଘଟିଛି । ପାଣି ମୋଟର ଲଗାଇବାବେଳେ ଏହି ଅଘଟଣ ଘଟିଛି । ସର୍ଟ ସର୍କିଟ ଯୋଗୁଁ ମଟରରୁ କରେଣ୍ଟ ଲାଗି ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଟାଙ୍ଗୀ ଡାକ୍ତରଖାନାକୁ ନିଆଯାଇଥିଲାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।