ତୁମ୍କୁର ଆସନକୁ ନେଇ ଟଣାଓଟରା
ତୁମ୍କୁର ଆସନକୁ ନେଇ ଟଣାଓଟରା
admin
Mar 27, 2019 - 09:53
Updated: Mar 27, 2019 - 09:53
କର୍ଣ୍ଣାଟକ: ତୁମ୍କୁର ଲୋକସଭା ଆସନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ଆସନ ପାଇଁ ଜେଡିଏସ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟ ପକ୍ଷରେ ଜେଡିଏସ୍ ମେଂଟ ଦଳ କଂଗ୍ରେସର ସାଂସଦ ଏସ୍ ପି ମୁଦ୍ଦହନୁମେଗୌଡା ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ରାଜ୍ୟରେ କଂଗ୍ରେସ ଓ ଜେଡିଏସ୍ ମେଂଟ ସରକାର ଚାଲୁଥିବା ବେଳେ ଲୋକସଭା ନିର୍ବାଚନ ପାଇଁ ଦୁଇଦଳ ଏକାଠି ଲଢ଼ିବେ ବୋଲି ନିଷ୍ପତି ହୋଇଥିଲା । ଉଭୟ ପକ୍ଷରେ ହୋଇଥିବା ରାଜିନାମା ମୁତାବକ ତୁମ୍କୁର ଲୋକସଭା ଆସନରୁ ଦେବେଗୌଡା ପ୍ରାର୍ଥୀ ହୋଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତମାନ କଂଗ୍ରେସ ସାଂସଦ ଥିବା ମୁଦ୍ଦାହନୁଗୌାଡା କାହା କଥା ନଶୁଣି ସମାନ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟରେ କଂଗ୍ରେସ ଓ ଜେଡିଏସ୍ ସରକାର ଗଠନ ହେବା ପରଠାରୁ ଉଭୟ ପରସ୍ପରଙ୍କୁ ବିରୋଧୀ କରିଆସୁଛନ୍ତି । ସରକାରରେ ଉଚିତ ପଦବି ଓ ଦାୟିତ୍ୱ ମିଳୁନାହିଁ ବୋଲି ଅଭିଯୋଗ କରି ଉଭୟ ଦଳର ନେତା ଅସନ୍ତୋଷ ଜାହିର କରୁଛନ୍ତି । ଏଭଳି ପରିସ୍ଥିତି ସତ୍ୱେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦୁଇ ଦଳ ମଧ୍ୟରେ ଆସନ ଭାଗବଂଟା ଅଙ୍କ ଛିଡିଥିଲା । ରାଜ୍ୟରେ ୨୮ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ୨୦ ଓ ଜେଡିଏସ୍ ୮ ଆସନରେ ଲଢ଼ିବ ବୋଲି କଥା ଛିଡିଥିଲା । ମୁଦ୍ଦାହନୁଗୌାଡା କହିଛନ୍ତି, ଆଜି ମୁଁ ପ୍ରାର୍ଥୀ ପତ୍ର ଦାଖଲ କରିଛି । ଆଶା କରୁଛି ତୁମ୍କୁର ଲୋକସଭା ଆସନ ପାଇଁ ମୋର ପ୍ରାର୍ଥୀତ୍ୱକୁ କଂଗ୍ରେସ ଗ୍ରହଣ କରିବ । ଏହି ଆସନ ମୁଁ ଜିତିବି ବୋଲି ନିଶ୍ଚିତ । ତେଣୁ ମୋତେ ଏବେ ଠାରୁ ପ୍ରାର୍ଥୀ କରାଯିବ ଆବଶ୍ୟକ । ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ଅନୁରୋଧ ସତ୍ୱେ ମୁଦ୍ଦାହନୁଗୌଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।