ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ପାରବେନି

ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ପାରବେନି

ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ପାରବେନି
ଲଣ୍ଡନ:ଇଂଲଣ୍ଡରେ ଖେଳାଯିବାକୁ ଥିବା କି୍ରକେଟ ବିଶ୍ୱକପ୍ରେ ଅନ୍ୟତମ ଦଳ ଭାବେ ଭାଗ ନେଉଛି ନୁ୍ୟଜିଲାଣ୍ଡ । ଦଳ ନିଜେ ପ୍ରଥମ ମ୍ୟାଚରେ ଜୁନ୍ ୧ ରେ ଶ୍ରୀଲଙ୍କା ଭେଟିବ । ତେବେ ଏହି ମ୍ୟାଚରେ ନୁ୍ୟଜିଲାଣ୍ଡର ୱିକେଟକିପର ଓ ବ୍ୟାଟସମ୍ୟାନ ଟମ୍ ଲାଥାମଙ୍କ ଖେଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଗତ ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳୁଥିବା ବେଳେ ଲାଥାମଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଫଳରେ ସେ ପଡିଆ ଛାଡି ଚାଲି ଯାଇଥିଲେ । ମିଳିଥିବା ସୂଚନାନୁଯାୟୀ ଲାଥାମଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ଏବଂ ସେ ଆସନ୍ତା ରବିବାର ଦଳ ସହ ବିଶ୍ୱକପ୍ ଖେଳିବାକୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ତେବେ ଦଳ ବିଶ୍ୱକପ ପୂର୍ବରୁ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ।