ଆଜି ଫୁଲବାଣୀ, ଗଞ୍ଜାମ ଓ ନୟାଗଡରେ ନବୀନଙ୍କ ରୋଡ ‘ସୋ’

ଆଜି ଫୁଲବାଣୀ, ଗଞ୍ଜାମ ଓ ନୟାଗଡରେ ନବୀନଙ୍କ ରୋଡ ‘ସୋ’

ଆଜି ଫୁଲବାଣୀ, ଗଞ୍ଜାମ ଓ ନୟାଗଡରେ ନବୀନଙ୍କ ରୋଡ ‘ସୋ’
ଭୁବନେଶ୍ୱର: ଆସ୍କା ଲୋକସଭା କ୍ଷେତ୍ରରେ ଗତକାଲି ରୋଡ ସୋ’ ପରେ ଆଜି ଫୁଲବାଣୀର ତୁମୁଡିବନ୍ଧ, ଗଂଜାମର ସୋରଡା ଓ ନୟାଗଡର ଦଶପଲ୍ଲାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାଇଟେକ ବସ ବୁଲିବ । ନବୀନଙ୍କୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ ଜମୁଛି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ନିର୍ବାଚନୀ ପ୍ରଚାର ରୋଡ ସୋ ବେଳେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଫୋକସ କରୁଛନ୍ତି ବିଜେଡି ସୁପ୍ରିମୋ । ମହିଳାଙ୍କୁ ବିଜେଡି ଅଗ୍ରାଧିକାର ଦେଇଛି, ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ, କାଳିଆ ଯୋଜନାକୁ କେହି ରୋକିପାରିବେ ନାହିଁ ଏବଂ ଏହି ଯୋଜନାରୁ କେହି ଯୋଗ୍ୟ ଚାଷୀ ବଂଚିତ ହେବେ ନାହିଁ ବୋଲି ନବୀନ ବାରମ୍ବାର କହି ଆସୁଛନ୍ତି । ନିର୍ବାଚନ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖାମିଳୁଥିବା ପ୍ରତିପକ୍ଷଙ୍କୁ ସେ ଟାର୍ଗେଟ କରୁଛନ୍ତି ।