ବିଜେଡ଼ିକୁ ଫେରିଲେ ଦାମଙ୍କ ଝିଅ

ବିଜେଡ଼ିକୁ ଫେରିଲେ ଦାମଙ୍କ ଝିଅ

ବିଜେଡ଼ିକୁ ଫେରିଲେ ଦାମଙ୍କ ଝିଅ
ଭୁବନେଶ୍ୱର : ବିଜୁ ଜନତା ଦଳକୁ ଫେରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କ ଝିଅ ତଥା ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ । ଗତ ମାର୍ଚ୍ଚ ୧୬ରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଏବେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିବାବେଳେ ଘରବାହୁଡ଼ା କରିଛନ୍ତି ପ୍ରୀତିନନ୍ଦା । ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ସେ ବିଜେଡ଼ିର ସଭ୍ୟ ହୋଇଛନ୍ତି । ସୂଚନାଯୋଗ୍ୟଯେ, ଦାମ ରାଉତଙ୍କୁ ବିଜେଡ଼ି ଦଳରୁ ବହିଷ୍କାର କରିଥିଲା । ପରେ ଡାକ୍ତର ରାଉତ ବିଜେପିରେ ଯୋଗ ଦେଇଥିଲେ । ତେବେ ତାଙ୍କ ପୁଅ ଓ ଝିଅ ବିଜେଡ଼ିରେ ରହିଥିବାରୁ ଅନେକ ଦାମଙ୍କୁ କଟାକ୍ଷ କରୁଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରୀତିନନ୍ଦା ଟିକେଟ ଆଶାୟୀ ଥିଲେ ବି ତାଙ୍କୁ ଟିକେଟ ମିଳିବାର ସମ୍ଭାବନା ନଥିବାରୁ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ପରେ ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେବି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ । ଗତ ମାର୍ଚ୍ଚରୁ ଏଯାବତ ପ୍ରୀତିନନ୍ଦା କୌଣସି ଦଳରେ ଯୋଗନଦେଇ ସାମାଜିକ କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଥିଲେ ।