ରାହୁଲଙ୍କ ବିମାନର ଇଞ୍ଜିନ ଖରାପ

ରାହୁଲଙ୍କ ବିମାନର ଇଞ୍ଜିନ ଖରାପ

ରାହୁଲଙ୍କ ବିମାନର ଇଞ୍ଜିନ ଖରାପ
ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ବିମାନର ଇଞ୍ଜିନ ଖରାପ ହୋଇଯାଇଛି । ଫଳରେ ସେ ବିଳମ୍ବରେ ବାଲେଶ୍ୱର ଆସିବେ । ଟ୍ୱିଟ ଯୋଗେ ରାହୁଲ ଏହି ସୂଚନା ଦେଇଛନ୍ତି । ରାହୁଲ ତାଙ୍କ ଟ୍ୱିଟରେ ଉଲ୍ଳେଖ କରିଛନ୍ତିଯେ, ସେ ବିହାରର ସମସ୍ତିପୁର ଅଭିମୁଖେ ଗସ୍ତ କରୁଥିଲେ । ତେବେ ତାଙ୍କ ବିମାନର ଇଞ୍ଜିନ ଖରାପ ହୋଇଯିବାରୁ ସେ ଦିଲ୍ଲୀ ଫେରିଗଲେ । ଆଜି ତାଙ୍କର ବିହାରର ସମସ୍ତିପୁର, ଓଡ଼ିଶାର ବାଲେଶ୍ୱର ଓ ମହାରାଷ୍ଟ୍ରର ସାଙ୍ଗମେନର ଠାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବିଳମ୍ବିତ ହେବ । ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ଆଜି ରାହୁଲ ବାଲେଶ୍ୱର ରେମୁଣାର ନରହରିପୁର ଉଡ଼ା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମାବେଶରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଅପରାହ୍ନ ୧ଟା ୫୦ରେ ଭୁବନେଶ୍ୱରରେ ପହଁଚିଥା’ନ୍ତେ । ଭୁବନେଶ୍ୱରରୁ ସେ ହେଲିକପ୍ଟରରେ ନରହରିପୁର ଅଭିମୁଖେ ଗସ୍ତ କରିଥା’ନ୍ତେ । ସେଠାରେ ସେ ୨ଟା ୫୦ରେ ସମାବେଶ ସ୍ଥଳୀରେ ପହଁଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା ।