ଋୀନା ପାଶ୍ୱାନଙ୍କୁ ମହାମେଣ୍ଟର ରାଜ୍ୟସଭା ଆସନ ଅଫର : ପ୍ରତ୍ୟାଖ୍ୟାନ କଲେ ଚିରାଗ
ଋୀନା ପାଶ୍ୱାନଙ୍କୁ ମହାମେଣ୍ଟର ରାଜ୍ୟସଭା ଆସନ ଅଫର : ପ୍ରତ୍ୟାଖ୍ୟାନ କଲେ ଚିରାଗ
admin
Dec 1, 2020 - 06:06
Updated: Dec 1, 2020 - 06:06
ପାଟନା : ଦିବଙ୍ଗତ ଏଲଜେପି ନେତା ରାମବିଳାଶ ପାଶ୍ୱାନଙ୍କ ପରଲୋକ ପରେ ଖାଲି ପଡିଥିବା ରାଜ୍ୟସଭା ଆସନକୁ ନେଇ ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ପାଶ୍ୱାନଙ୍କ ନିଧନ ପରେ ଏହି ଆସନରୁ ପାଶ୍ୱାନଙ୍କ ପତ୍ନୀ ରିନା ପାଶ୍ୱାନଙ୍କୁ ଟିକଟ ଦେବାକୁ ଦାବି ମଧ୍ୟ କରାଯାଇଥିଲା । ତେବେ ବିଜେପି ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ନାମରେ ମୋହର ଲଗାଇଥିଲା । ବିଜେପିକୁ ମାତ ଦେବା ପାଇଁ ମହାମେଣ୍ଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଫେଲ ମାରିଛି ।
ମହାମେଣ୍ଟ ପକ୍ଷରୁ ରୀନା ପାଶ୍ୱାନଙ୍କୁ ରାଜ୍ୟସଭା ଟିକଟ ଦିଆଯିବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏଲଜେପି ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ ମହାମେଣ୍ଟର ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ଆରଜେଡି ମୁଖପାତ୍ର ଶକ୍ତି ଯାଦବ ପୂର୍ବରୁ ଏଲଜେପିକୁ ସମର୍ଥନ ନେଇ ଘୋଷଣା କରିଥିଲେ ।
ତେବେ ଚିରାଗ ପାଶ୍ୱାନଙ୍କ ଏହି ପ୍ରୟାସକୁ ମାଷ୍ଟରଷ୍ଟ୍ରୋକ ଭାବରେ ଅଭିହିତ କରିଛନ୍ତି ରାଜନୈତିକ ସମୀକ୍ଷକ । ବିହାର ନିର୍ବାଚନ ପାଇଁ ଏନଡିଏରୁ ଓହରିଥିଲେ ମଧ୍ୟ ନିଜକୁ ମୋଦିଙ୍କ ସମର୍ଥକ ଭାବରେ ଅଭିହିତ କରିଛନ୍ତି ଚିରାଗ ପାଶ୍ୱାନ । ଏପରି କରିବା ଦ୍ୱାରା ଭବିଷ୍ୟତରେ ଏନଡିଏରେ ସାମିଲ ହେବାର ସମ୍ଭାବନାକୁ ସ୍ପଷ୍ଟ କରିଛନ୍ତି ଚିରାଗ । କେନ୍ଦ୍ରରେ ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହା ଚିରାଗଙ୍କ ମାଷ୍ଟର ଷ୍ଟ୍ରୋକ ପ୍ରତୀୟମାନ ହେଉଛି ।