ଅଫିସରଙ୍କ ମହଲରେ ଅପରାଜିତାକୁ ନେଇ ଚର୍ଚ୍ଚା

ଅଫିସରଙ୍କ ମହଲରେ ଅପରାଜିତାକୁ ନେଇ ଚର୍ଚ୍ଚା

ଅଫିସରଙ୍କ ମହଲରେ ଅପରାଜିତାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ଲୋକଙ୍କୁ ପୁଞ୍ଜା ପୁଞ୍ଜା ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଓସ୍ତାଦ୍ ପାଲଟିଛନ୍ତି ମ୍ୟାଡାମ୍ ଅପରାଜିତା ଷଡ଼ଙ୍ଗୀ । ନିଜର ପ୍ରଚାର ଓ ପ୍ରସାର ତାଙ୍କ ପାଇଁ ଗୁରୁତ୍ୱ ହୋଇଯାଇଛି । ଭାରତୀୟ ପ୍ରଶାସନିକ ଚାକିରି ଛାଡ଼ି ଆସିଥିବା ଅପରାଜିତା କମ ଦିନ ଭିତରେ ଏମିତି ଚତୁର ରାଜନେତା ପାଲଟିବେ ତାହା ଅନେକଙ୍କୁ ବିଶ୍ୱାସ ହେଉନାହିଁ । ନରେନ୍ଦ୍ର ମୋଦିଙ୍କୁ ଆଦର୍ଶରେ ନିଜକୁ ଗଢିବାରେ ଲାଗିଛନ୍ତି ଅପରାଜିତା । ନିଜକୁ ସ୍ୱଚ୍ଛ ଏବଂ ଦରଦୀ ଚିତ୍ରଣ କରୁଥିବା ଅପରାଜିତା ବାସ୍ତବରେ ସେୟା ନୁହଁନ୍ତି ବୋଲି ତାଙ୍କ ସହିତ କାମ କରୁଥିବା ଅଫିସ ମଧ୍ୟରେ ଚର୍ଚ୍ଚା । ଏହାର ଗୋଟିଏ ଉଦାହରଣ ହେଉଛି ଭୁବନେଶ୍ୱର ମହାନଗର ନିଗମର କିଛି ଅଧିକାରୀ । ସେମାନଙ୍କ କହିବା କଥା, ତକ୍ରାଳୀନ ଭୁବନେଶ୍ୱର ପୌରସଂସ୍ଥାର ଅଧ୍ୟକ୍ଷ ଜଗନ୍ନାଥ ମହାପାତ୍ରଙ୍କ ସମୟରେ ୧୯୯୮ ମସିହାରେ ୮୮୮ ଜଣଙ୍କୁ କର୍ମଚାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କୁ ସିଏଲଆର କାଟାଗୋରିରେ ରଖାଗଲା । ପୌରସଂସ୍ଥାରରେ ବେଆଇନ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ କଟକଣା ସତ୍ତେ୍ୱ ତକ୍ରାଳୀନ ବିଏମସି କତୃପେକ୍ଷ ତାହାକୁ କରି ନ ଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମଚାରୀଙ୍କ ସ୍ଥାୟିତ୍ୱ ସମ୍ପର୍କରେ ମଧ୍ୟ କର୍ତ୍ତୃ କ୍ଷ ଚିନ୍ତା କଲେ ନାହିଁ । ୨୦୦୬ ମସିହାରେ ଅପରାଜିତା ଷଡ଼ଙ୍ଗୀ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ତିନିବର୍ଷ କାଳ ସେ ମୁଖିଆ ଦାୟିତ୍ୱରେ ଥିଲେ ମଧ୍ୟ ୮୮୮ ଜଣ ସିଏଲଆର କର୍ମଚାରୀଙ୍କୁ ସ୍ଥାୟୀ ବା ନିୟମିତ କରିବାକୁ ପଦକ୍ଷେପ ନ ନେଇ ଝୁଲେଇ ରଖିଲେ । ବିଏମସିର ସଂପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ ଅପରାଜିତା ମ୍ୟାଡାମ୍ ଙ୍କ ପାଖରେ ଏଥି ।ଇଁ ଯଥେଷ୍ଟ ସୁଯୋଗ ଥିଲା । ୮୮୮ ସିଏଲଆର ଏବଂ ପୂର୍ବରୁ ଥିବା ୬୦୦ ଅସ୍ଥାୟୀ କର୍ମଚାରୀ ଏହିଭଳି ଭାବେ ୧୪୦୦ କର୍ମଚାରୀଙ୍କ ଭାଗ୍ୟ ବଦଳାଇ ପାରିଥାଆନ୍ତେ ସେ ।