ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିଜେପି ପକ୍ଷରୁ ବିରୋଧ

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିଜେପି ପକ୍ଷରୁ ବିରୋଧ

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିଜେପି ପକ୍ଷରୁ ବିରୋଧ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି କର୍ମୀମାନେ ବିକ୍ଷୋଭ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ଶତାଧିକ ବିଜେପି କର୍ମୀଙ୍କୁ ଗିରଫ କରିଛି । ସେକ୍ଟର-୮ ଜୁବୁଲୀ ପାର୍କ ନିକଟରୁ ପୁଲିସ ବିଜେପି କର୍ମୀମାନଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଆଜିର ଦିନକୁ କଂଗ୍ରେସ ଧୋକା ଦିବସ ଭାବେ ପାଳନ କରିଛି । ବିଶ୍ରା ନିକଟରେ ଶତାଧିକ କଂଗ୍ରେସ କର୍ମୀ ଏନେଇ ବିକ୍ଷୋଭ ସହ ନାରାବାଜି କରିଛନ୍ତି । ପ୍ରକାଶ ଯେ, ମଙ୍ଗଳବାରର ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି ।