କୋଟିଆକୁ ନେଇ ପ୍ରାଶାସନିକ ଅବହେଳାକୁ ମୁଁ ସ୍ୱୀକାର କରୁଛି : ସୌମ୍ୟରଞ୍ଜନ

କୋଟିଆକୁ ନେଇ ପ୍ରାଶାସନିକ ଅବହେଳାକୁ ମୁଁ ସ୍ୱୀକାର କରୁଛି : ସୌମ୍ୟରଞ୍ଜନ

କୋଟିଆକୁ ନେଇ ପ୍ରାଶାସନିକ ଅବହେଳାକୁ ମୁଁ ସ୍ୱୀକାର କରୁଛି : ସୌମ୍ୟରଞ୍ଜନ
ଭୁବନେଶ୍ୱର: ଦଳରେ ଅଛି ବୋଲି ଯାହା ସବୁ ଘଟୁଛି ତାକୁ ଠିକ କହିବା ଅଭ୍ୟାସ ମୋର ନାହିଁ । ଏଭଳି କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ଏଭଳି କହିଛନ୍ତି । ଏଥିସହ କୋଟିଆ ପ୍ରସଙ୍ଗରେ ପ୍ରାଶାସନିକ ଅବହେଳା ଥିବା ସୌମ୍ୟ କହିଛନ୍ତି । ସେ କହିଛନ୍ତି ଯେ, କୋଟିଆକୁ ନେଇ ପ୍ରାଶାସନିକସ୍ତରରେ ଥିବା ଅବହେଳାକୁ ମୁଁ ସ୍ୱୀକାର କରୁଛି । ଦଳରେ ଅଛି ବୋଲି ଯାହା ସବୁ ଘଟୁଛି ତାକୁ ଠିକ କହିବା ଅଭ୍ୟାସ ମୋର ନାହିଁ । କୋଟିଆ ପ୍ରସଙ୍ଗ ତଳ ସ୍ତରରୁୁ ଆଗରୁ ଚାହିଁଥିଲେ ସମାଧାନ ହୋଇପାରନ୍ତା । ତେବେ ବିଳମ୍ବ ହେଲେ ବି ସରକାର ଲଢେଇ ପାଇଁ ବାହାରିଛନ୍ତି ବୋଲି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।