ସେ ହତ୍ୟା କରିନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଛି : ନାରାୟଣଙ୍କ ପତ୍ନୀ

ସେ ହତ୍ୟା କରିନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଛି : ନାରାୟଣଙ୍କ ପତ୍ନୀ

ସେ ହତ୍ୟା କରିନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଛି : ନାରାୟଣଙ୍କ ପତ୍ନୀ
ଭୁବନେଶ୍ୱର: କଟକ ଟ୍ରିପଲ ମର୍ଡର ଘଟଣାରେ ନୟାଗଡ଼ର ନାରାୟଣ ସାହୁ ଧରାପଡ଼ିବା ଘଟଣାରେ ଏବେ ନୂଆ ମୋଡ଼ ଆସିଛି । ସେ ହତ୍ୟା କରିନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଥିବା ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି ଅଭିଯୋଗ କହିଛନ୍ତି । ଏନେଇ ସେ ଆଜି ନୟାଗଡ଼ ଏସପିଙ୍କୁ ଭେଟି ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ମିଛରେ ଫସାଇ ଦିଆଯାଇଛି । ତାଙ୍କ ସ୍ୱାମୀ ବ୍ୟବସାୟ ପାଇଁ ବହୁ ଧାର କରଜ କରିଥିଲେ । ଋଣ ଶୁଝିବା ପାଇଁ ୧୮ ଲକ୍ଷର ଘରକୁ ୭ଲକ୍ଷରେ ବନ୍ଧା ପକାଇଥିଲେ । ବନ୍ଧକ ରଖିଥିବା ଲୋକ ୩ ଲକ୍ଷ ଦେଇ ମାଡ଼ମାରି ରେଜିଷ୍ଟ୍ରୀ କରାଇ ନେଇଥିଲା । ସେହି ଘଟଣା ପରଠାରୁ ସ୍ୱାମୀ ପାଗଳ ହୋଇ ଘର ଛାଡ଼ି ବୁଲୁଥିଲେ । ଗତ ୨୨ ତାରିଖ ଦିନ ଗାଁକୁ ଆସି ୨୪ ତାରିଖ ଦିନ ବି ଘରେ ରହିଥିଲେ । ସେ ଗାଁରେ ଥିବାବେଳେ ପୁଲିସ ହତ୍ୟା କରିଥିବା କହୁଛି । ତାଙ୍କୁ ମିଛରେ ଫସାଇ ଦିଆଯାଇଥିବା କହି ନ୍ୟାୟ ଦିଆଯାଉ ବୋଲି ଗୀତୀଞ୍ଜଳି ନୟାଗଡ଼ ଏସପିଙ୍କୁ କହିଛନ୍ତି । ତେବେ ଏ ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇ ଦିଆଯିବ ବୋଲି ନୟାଗଡ଼ ପୁଲିସ କର୍ତ୍ତୃପକ୍ଷ କହିଛନ୍ତି ।