ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା

ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା

ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା
ଢେଙ୍କାନାଳ:ଦମ୍ପତିଙ୍କୁ ଦଳିଦେଲେ ହାତୀପଲ। ଏହିଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଟେଣୀ କାଜୁ ଜଙ୍ଗଲ ପାଖରେ । ମୃତକ ହେଲେ ଚାଉଳିଆ ଗାଁର ଡମ୍ୱରୁ ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ। ଗତକାଲି ରାତିରେ ସେମାନେ ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ଯାତ୍ରା ଦେଖି ସାରି ଭୋରରେ ନିଜ ଗାଁ ଚାଉଳିଆକୁ ଫେରିବା ବେଳେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ସୁକାନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଡମ୍ବରୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ