୬ ଲକ୍ଷ ଟଙ୍କା ଲୁଟ

୬ ଲକ୍ଷ ଟଙ୍କା ଲୁଟ

୬ ଲକ୍ଷ ଟଙ୍କା ଲୁଟ
ରାଉରକେଲା: ସିଭିଲ ଟାଉନସିପ ଅଞ୍ଚଳରୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ସାଢେ ୬ଲକ୍ଷ ଝାମ୍ପି ନେଇଛନ୍ତି । ଜଣେ ଠିକାସଂସ୍ଥା କର୍ମଚାରୀଙ୍କ ଠାରୁ ଏହି ଲୁଟ ହୋଇଛି । ସମ୍ପୃକ୍ତ କର୍ମଚାରୀ ଜଣକ ବ୍ୟାଙ୍କରୁ ଟଙ୍କା ଧରି ଏକ ସ୍କୁଟିରେ ଆସୁଥିଲେ । ତେବେ ବାଇକରେ ଆସି ୫ ଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ପରେ ତାଙ୍କୁ ମାଡ଼ ମାରିବା ସହ ଭୁଜାଲି ଦେଖାଇ ତାଙ୍କ ଠାରୁ ସାଢେ ୬ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ମାଡ଼ରେ ଆହତ ଠିକା ସଂସ୍ଥା କର୍ମଚାରୀଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ରଘୁନାଥପାଲିି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।